ଓଡିଶା

odisha

ETV Bharat / state

42 ଡିଗ୍ରୀ ତାପମାତ୍ରାରେ ଜଳୁଛି ବୌଦ୍ଧ, ଏଯାବତ୍ ଖୋଲାଯାଇନି ଜଳଛତ୍ର - ବୌଦ୍ଧ ଗ୍ରୀଷ୍ମ ପ୍ରଭାବ

୪୨ ଡିଗ୍ରୀ ତାପମାତ୍ରା ସହିତ ସାରା ରାଜ୍ୟର ସବୁଠାରୁ ଉତ୍ତପ୍ତ ଜିଲ୍ଲା ଭାବେ ପରିଗଣିତ ହୋଇଛି ବୌଦ୍ଧ ଜିଲ୍ଲା । ଦିନ ୧୦ଟାବେଳକୁ ଖରାର ପ୍ରକୋପ ଯୋଗୁଁ ରାସ୍ତାଘାଟ ସବୁ ଖାଲି ହୋଇଯାଉଛି । ଅଧିକ ପଢନ୍ତୁ

ଜିଲ୍ଲାରେ ପାରଦ ୪୨ ଡିଗ୍ରୀ ସହିତ ପାନୀୟଜଳର ଘୋର ସଙ୍କଟ
ଜିଲ୍ଲାରେ ପାରଦ ୪୨ ଡିଗ୍ରୀ ସହିତ ପାନୀୟଜଳର ଘୋର ସଙ୍କଟ

By

Published : Apr 10, 2022, 3:41 PM IST

ବୌଦ୍ଧ: ପ୍ରଚଣ୍ଡ ଗ୍ରୀଷ୍ମ ତାପରେ ସିଝୁଛି ସାରା ଜିଲ୍ଲା । ୪୨ ଡିଗ୍ରୀ ତାପମାତ୍ରା ସହିତ ସାରା ରାଜ୍ୟର ସବୁଠାରୁ ଉତ୍ତପ୍ତ ଜିଲ୍ଲା ଭାବେ ପରିଗଣିତ ହୋଇଛି ବୌଦ୍ଧ ଜିଲ୍ଲା । ଦିନ ୧୦ଟା ବେଳକୁ ଖରାର ପ୍ରକୋପ ଯୋଗୁଁ ରାସ୍ତାଘାଟ ସବୁ ଖାଲି ହୋଇଯାଉଛି ।

ଜିଲ୍ଲାରେ ପାରଦ ୪୨ ଡିଗ୍ରୀ ସହିତ ପାନୀୟଜଳର ଘୋର ସଙ୍କଟ
ଜିଲ୍ଲାରେ ପାରଦ ୪୨ ଡିଗ୍ରୀ ସହିତ ପାନୀୟଜଳର ଘୋର ସଙ୍କଟ

କେବଳ ଦହି ସରବତ, ଲେମ୍ବୁ ସରବତ, ତରଭୁଜ, ଆଖୁରସ ଭଳି ଦୋକାନରେ ଗ୍ରାହକଙ୍କୁ ଦେଖିବାକୁ ମିଳୁଛି । ମଣିଷ ସହିତ ପଶୁପକ୍ଷୀମାନେ ମଧ୍ୟ ଗ୍ରୀଷ୍ମପ୍ରବାହ ଯୋଗୁଁ ପ୍ରଭାବିତ ହେଉଥିବା ଦେଖାଯାଉଛି ।

ଜିଲ୍ଲାରେ ପାରଦ ୪୨ ଡିଗ୍ରୀ ସହିତ ପାନୀୟଜଳର ଘୋର ସଙ୍କଟ
ଜିଲ୍ଲାରେ ପାରଦ ୪୨ ଡିଗ୍ରୀ ସହିତ ପାନୀୟଜଳର ଘୋର ସଙ୍କଟ

ଗୋଟିଏ ପଟେ ମହାନଦୀରେ ଜଳପ୍ରବାହ କମିଯାଇଥିବାବେଳେ ଅନ୍ୟପଟରେ ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ପାନୀୟଜଳର ଉତ୍କଟ ସମସ୍ୟା ଦେଖାଦେଇଛି । ବୌଦ୍ଧ ସହରରେ ଥଣ୍ଡା ପାନୀୟଜଳ ପ୍ରକଳ୍ପ ଗୁଡିକ ସମ୍ପୂର୍ଣ୍ଣ ଠପ ରହିଥିବାବେଳେ ଅନେକ ସ୍ଥାନରେ ଜଳଛତ୍ର ଖୋଲାଯାଇ ନାହିଁ ।

ଜିଲ୍ଲାରେ ପାରଦ ୪୨ ଡିଗ୍ରୀ ସହିତ ପାନୀୟଜଳର ଘୋର ସଙ୍କଟ

ପ୍ରବଳ ଗରମରେ ସାଧାରଣ ଜନଜୀବନ ଆଉଟୁ ପାଉଟୁ ହେଉଥିବାବେଳେ ବିଦ୍ୟୁତ ବିଭାଗ ବାରମ୍ବାର ପାଓ୍ବାର କଟକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details