ବୌଦ୍ଧ: ଧାନମଣ୍ଡିରେ ମଦୁଆ ଓ ଦଲାଲଙ୍କ ଦୌରାତ୍ମ୍ୟ । ନାନା ଅସୁବିଧାର ସମ୍ମୁଖିନ ହେଉଛନ୍ତି ଚାଷୀ । ଏଭଳି ଅଭିଯୋଗ ଆସିଛି ବୌଦ୍ଧ ଜିଲ୍ଲାରୁ । ଜିଲ୍ଲାର କଣ୍ଟାମାଳ, ଲମ୍ବସରୀ, ଦପଲା,ମନମୁଣ୍ଡା ଭଳି ମଣ୍ଡିରେ ଦଲାଲ ସକ୍ରିୟ ଥିବା ବେଳେ ଅନ୍ୟ କେତେକ ମଣ୍ଡିରେ ମଦ୍ୟପ ମାନଙ୍କ ଦୌରାତ୍ମ୍ୟ ଦେଖିବାକୁ ମିଳୁଛି ।
ଧାନମଣ୍ଡିରେ ମଦୁଆଙ୍କ ଦୌରାତ୍ମ୍ୟ, ରାଜରାସ୍ତାରେ ଚାଷୀ - drinker violence in Dhanmondi,
ଦଲାଲ ଓ ମଦ୍ୟପଙ୍କ ଯୋଗୁଁ ମଣ୍ଡିରେ ବାରମ୍ବାର ଦେଖାଦେଉଛି ବିଶୃଙ୍ଖଳା । ବୌଦ୍ଧ ଜିଲ୍ଲାରେ ଜଣେ ମଦ୍ୟପର ଉନ୍ମତ୍ତ କାଣ୍ଡ ଯୋଗୁଁ ରାଜରାସ୍ତା ଦୀର୍ଘ ସମୟ ଧରି ବନ୍ଦ ରହିଥିଲା ।

ଧାନମଣ୍ଡିରେ ମଦୁଆଙ୍କ ଦୌରାତ୍ମ୍ୟ, ରାଜରାସ୍ତାରେ ଚାଷୀ
ଧାନମଣ୍ଡିରେ ମଦୁଆଙ୍କ ଦୌରାତ୍ମ୍ୟ, ରାଜରାସ୍ତାରେ ଚାଷୀ
ମଙ୍ଗଳବାର ଦହ୍ୟା ସମବାୟ ସମିତି ଅଧିନରେ ଥିବା କୁରୁମପଦର ଧାନ ମଣ୍ଡିରେ ଜଣେ ମଦ୍ୟପ ଚାଷୀ ତାର କ୍ରମିକ ନମ୍ବର ଆସି ନଥିବା ସତ୍ତ୍ବେ ଦୀର୍ଘ ସମୟ ଧରି ଧାନକ୍ରୟରେ ବାଧା ଉପୁଜାଇଥିଲା । ଫଳରେ ଚାଷୀ ରାଜରାସ୍ତାରେ ଧାନ ବସ୍ତା ଥୋଇ ରାସ୍ତା ଅବରୋଧ କରିଥିଲେ । ଘଟଣାସ୍ଥଳରେ ମନମୁଣ୍ଡା ପୋଲିସ ପହଞ୍ଚି ହସ୍ତକ୍ଷେପ ପରେ ରାସ୍ତାରୋକ ହଟିଥିଲା ।
ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ