ଓଡିଶା

odisha

By

Published : Oct 27, 2019, 11:45 PM IST

ETV Bharat / state

ଭୂଲିଆ ସମ୍ପ୍ରଦାୟର ପକ୍ଷରୁ ବଡବଡିଆଙ୍କୁ ଦୀପଦାନ

ବୌଦ୍ଧ ଜିଲ୍ଲାର ମେହେର ବା ଭୂଲିଆ ସମ୍ପ୍ରଦାୟ ପକ୍ଷରୁ ବଡବଡିଆଙ୍କୁ ଦୀପଦାନ କରାଯାଇଛି।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ


ବୌଦ୍ଧ: ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଛି ଆଲୋକର ପର୍ବ ଦୀପାବଳି । ଏହି ଅବସରରେ ମେହେର ବା ଭୂଲିଆ ସମ୍ପ୍ରଦାୟର ପକ୍ଷରୁ ବଡବଡିଆଙ୍କୁ ଦୀପଦାନ କରାଯାଇଛି । ଏହି ଅବସରରେ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଝାଡରାଜିଂର ବୃଦ୍ଧାଶ୍ରମ ଓ ବୀରନରସିଂପୁରର ରାମକୃଷ୍ଣ ବାଳାଶ୍ରମକୁ ଯାଇ କେକ କାଟିବା ସହ ଆଲୋଚନା କରି ଉତ୍ସବ ପାଳନ କରିଥିଲେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ଆଜିର ଦିନରେ ଭୂଲିଆ ସମ୍ପ୍ରଦାୟ ନିଜର କୌଳିକ ବୃତ୍ତି, ବୁଣା ସରଞ୍ଜାମ ଓ ମଙ୍ଗାକୁ ସ୍ବତନ୍ତ୍ର ଭାବେ ପୂଜାର୍ଚ୍ଚନା କରିଥାନ୍ତି । ଏହା ସହିତ ସ୍ବତନ୍ତ୍ର ଶିଝା ମଣ୍ଡା ଓ ନିଆରା ଶୈଳୀରେ ନିଜ ପୂର୍ବଜଙ୍କୁ ଡାକିଥାନ୍ତି। ପ୍ରାଚୀନ କାଳରୁ ପ୍ରଚଳିତ ଏହି ଡାକ ପ୍ରାୟ ସମ୍ପ୍ରଦାୟରେ ରହିଥିଲେ ମଧ୍ୟ ଭୂଲିଆ ସମ୍ପ୍ରଦାୟର ବଡବଡିଆ ଡାକ ଟିକେ ଭିନ୍ନ । ଗଡଜାତ ଅମଳରେ ରାଜାଙ୍କ ବିବାହରେ ଯେଉଁ ରୀତିନୀତି ରହିଛି ତାକୁ ମଧ୍ୟ ଡାକରେ ସ୍ଥାନ ଦେଇଥାନ୍ତି । ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଭୂଲିଆ ବସବାସ କରିଥାନ୍ତି।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details