ଓଡିଶା

odisha

By

Published : Dec 31, 2019, 11:38 PM IST

ETV Bharat / state

ଜିଲ୍ଲାସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ: ବୌଦ୍ଧ ପୌରାଞ୍ଚଳ ଟିମ ଚମ୍ପିଆନ

ଜିଲ୍ଲା ମହୋତ୍ସବ ଉପଲକ୍ଷେ ଆୟୋଜିତ ଜିଲ୍ଲାସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଚମ୍ପିଆନ ହୋଇଛି ବୌଦ୍ଧ ପୌରାଞ୍ଚଳ ଟିମ।

district
district

ବୌଦ୍ଧ: ଫୁଟବଲ ପ୍ରେମରେ ସାରା ବୌଦ୍ଧ ଜିଲ୍ଲାବାସୀ। ଜିଲ୍ଲା ମହୋତ୍ସବ ଉପଲକ୍ଷେ ଆୟୋଜିତ ଖେଳ ମହୋତ୍ସବ ଉଦଯାପିତ ହୋଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗାମୀ ବୌଦ୍ଧ ମହୋତ୍ସବ ଉପଲକ୍ଷେ ଆୟୋଜିତ ଖେଳ ମହୋତ୍ସବ ମଙ୍ଗଳବାର ଉଦ୍‌ଯାପିତ ହୋଇଛି । ଟୁର୍ଣ୍ଣାମେଣ୍ଟରେ ବୌଦ୍ଧ ପୌରାଞ୍ଚଳ ଟିମ ହରଭଙ୍ଗା ଟିମକୁ ପେନାଲଟି ମାଧ୍ୟମରେ ହରାଇ ଚମ୍ପିଆନ ହୋଇଛି।

ଜିଲ୍ଲା ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ
ବୌଦ୍ଧ ଜିଲ୍ଲାରେ ଫୁଟବଲ ଖେଳର ସ୍ବତନ୍ତ୍ର ପରିଚୟ ରହିଥିବାରୁ ସ୍ଥାନୀୟ ଷ୍ଟାଡିୟମରେ ପ୍ରଥମ ଥର ପାଇଁ ଆୟୋଜିତ ହୋଇଥିଲା ଏହି ଖେଳ । 3 ଦିନ ଧରି ଚାଲିଥିବା ଏହି ଖେଳ ମହୋତ୍ସବର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବିଧାୟକ ପ୍ରଦୀପ କୁମାର ଅମାତ ଯୋଗ ଦେଇ ଷ୍ଟାଡିୟମ ନିର୍ମାଣ ସମୟର ଅନୁଭୂତିକୁ ବର୍ଣ୍ଣନା କରିଥିଲେ । ସମ୍ମାନିତ ଅତିଥି ଭାବେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ଏସପି ଭି ରଘୁନାଥ ରାଓ, ପିଡି ସୂର୍ଯ୍ୟ ନାରାୟଣ ଦାଶ, ସିଡିଏମଓ ଲକ୍ଷ୍ମୀଧର ସାହୁ ଓ ଉପଜିଲ୍ଲାପାଳ ଏନସି ଜ୍ୟୋତିରଞ୍ଜନ ନାଏକ ପ୍ରମୁଖ ଯୋଗଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details