ବୌଦ୍ଧ: ଜିଲ୍ଲାର ବିଭିନ୍ନ ଦାବିକୁ ନେଇ ଜିଲ୍ଲା କଂଗ୍ରେସର ତିନି ଦିନ ଗଣଧାରଣା ଶେଷ ହୋଇଛି । ବୌଦ୍ଧ ଜିଲ୍ଲା ଗଠନ ପରେ ପ୍ରଥମ ଥର ପାଇଁ ଦିନରାତି ଗଣଧାରଣା ଜିଲ୍ଲା କଂଗ୍ରେସ ପକ୍ଷରୁ ଦିଆଯାଇଥିଲା । ବୌଦ୍ଧ ଜିଲ୍ଲାର ଏକମାତ୍ର NACକୁ ମୁନିସିପାଲିଟିର ମାନ୍ୟତା ସହିତ କଣ୍ଟାମାଳ, ମନମୁଣ୍ଡା, ବାଉଁଶୁଣୀ ଓ ପୁରୁଣାକଟକକୁ ଏନଏସିର ମାନ୍ୟତା ଦାବିରେ ଗତ ବୁଧବାରଠାରୁ ଜିଲ୍ଲା କଂଗ୍ରେସ ଅହୋରାତ୍ର ଗଣଧାରଣା ଦେଇଥିଲା ।
ଅହୋରାତ୍ର ଗଣଧାରଣାରୁ ହଟିଲା କଂଗ୍ରେସ
ଜିଲ୍ଲାର ବିଭିନ୍ନ ଦାବିକୁ ନେଇ ଜିଲ୍ଲା କଂଗ୍ରେସର ତିନି ଦିନ ଗଣଧାରଣା ଶେଷ ହୋଇଛି । ବୌଦ୍ଧ ଜିଲ୍ଲାର ଏକମାତ୍ର ଏନଏସିକୁ ମୁନିସିପାଲିଟିର ମାନ୍ୟତା ସହିତ କଣ୍ଟାମାଳ, ମନମୁଣ୍ଡା, ବାଉଁଶୁଣୀ ଓ ପୁରୁଣାକଟକକୁ ଏନଏସିର ମାନ୍ୟତା ଦାବିରେ ଗତ ବୁଧବାର ଠାରୁ ଜିଲ୍ଲା କଂଗ୍ରେସ ଅହୋରାତ୍ର ଗଣଧାରଣା ଦେଇଥିଲା ।
ମୁନିସିପାଲିଟି ମାନ୍ୟତା ଦାବିରେ ଜିଲ୍ଲା କଂଗ୍ରେସର ଅହୋରାତ୍ର ଗଣଧାରଣା ଶେଷ
ଜିଲ୍ଲା କଂଗ୍ରେସ ସଭାପତି ନବ କୁମାର ମିଶ୍ରଙ୍କ ନେତୃତ୍ବରେ ବହୁ ବରିଷ୍ଠ କଂଗ୍ରେସ ନେତା ଓ କର୍ମୀ ଏହି ଗଣଧାରଣାରେ ଯୋଗଦେଇ ଥିଲେ । ଶୁକ୍ରବାର ଦିନ ଏହି ଗଣଧାରଣା ଶେଷ ହୋଇଥିବା ବେଳେ ଜିଲ୍ଲାର ସାମୂହିକ ସ୍ବାର୍ଥ ପାଇଁ ଆଗାମୀ ଦିନରେ ମଧ୍ୟ ଏହି ଆନ୍ଦୋଳନ ଜାରି ରହିବ ବୋଲି କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ