ଓଡିଶା

odisha

ETV Bharat / state

ବୌଦ୍ଧ ଜିଲ୍ଲାରେ ବନ୍ୟା ସ୍ଥିତି ନେଇ ସୂଚନା ଦେଲେ ଜିଲ୍ଲାପାଳ

ଜିଲ୍ଲାରେ ଉଦବେଗ ଜନକ ରହିଛି ବନ୍ୟା ପରିସ୍ଥିତି । ଗତ 5 ଦିନ ହେଲା ମହାନଦୀ କୂଳରେ ଥିବା ଗାଁ ଗୁଡିକରେ ବନ୍ୟା ଜଳ ପଶିଯିବା ସହ ପୁରୁଣା ଜଗନ୍ନାଥ ସଡକର ଅନେକ ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

ବୌଦ୍ଧ ଜିଲ୍ଲାରେ ବନ୍ୟା ସ୍ଥିତି ନେଇ ସୂଚନା ଦେଲେ ଜିଲ୍ଲାପାଳ
ବୌଦ୍ଧ ଜିଲ୍ଲାରେ ବନ୍ୟା ସ୍ଥିତି ନେଇ ସୂଚନା ଦେଲେ ଜିଲ୍ଲାପାଳ

By

Published : Aug 29, 2020, 10:14 PM IST

ବୌଦ୍ଧ: ଜିଲ୍ଲାରେ ଉଦବେଗ ଜନକ ରହିଛି ବନ୍ୟା ପରିସ୍ଥିତି । ଗତ 5 ଦିନ ହେଲା ମହାନଦୀ କୂଳରେ ଥିବା ଗାଁ ଗୁଡିକରେ ବନ୍ୟା ଜଳ ପଶିଯିବା ସହ ପୁରୁଣା ଜଗନ୍ନାଥ ସଡକର ଅନେକ ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

ବୌଦ୍ଧ ଜିଲ୍ଲାରେ ବନ୍ୟା ସ୍ଥିତି ନେଇ ସୂଚନା ଦେଲେ ଜିଲ୍ଲାପାଳ

ବିଶେଷ ଭାବରେ ହରଭଙ୍ଗା ବ୍ଲକର ମାରଡା, ଅତଳସରା, ପାଣିଘରା, ଖଣ୍ଡିଧଳପୁର, ହାଟଗାଁ, କୃଷ୍ଣ ମୋହନପୁର ଓ ବୌଦ୍ଧ ବ୍ଲକର ଅନେକ ନଦୀକୂଳିଆ ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇପଡିଛି । ପ୍ରାୟ 500 ବନ୍ୟା ବିପନ୍ନ ଲୋକଙ୍କୁ ପ୍ରଶାସନ ପକ୍ଷରୁ ଉଦ୍ଧାର କରାଯାଇଛି । ବୌଦ୍ଧ ଜିଲ୍ଲାରେ ବନ୍ୟାର ସ୍ଥିତି ଓ ପ୍ରଶାସନର ପଦକ୍ଷେପ ସମ୍ପର୍କରେ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ସେପଟେ ଜିଲ୍ଲା ବିଜେପି ପକ୍ଷରୁ ବନ୍ୟା ବିପନ୍ନ ଗାଁ ଓ ଲୋକଙ୍କ ସହାୟତା ପାଇଁ ଏକ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details