ଓଡିଶା

odisha

ETV Bharat / state

ଅକ୍ସି ଟୁରିଜିମ ପାଇଁ ପର୍ଯ୍ୟଟନସ୍ଥଳୀ ସମୀକ୍ଷା କଲେ ଜିଲ୍ଲାପାଳ - Axi Tourism

ବୌଦ୍ଧ ଜିଲ୍ଲାର ସମସ୍ତ ପର୍ଯ୍ୟଟନସ୍ଥଳୀକୁ ଅକ୍ସି ଟୁରିଜିମ ପର୍ଯ୍ୟଟନସ୍ଥଳୀ କରିବାକୁ ଜିଲ୍ଲା ପ୍ରାଶାସନ ଅଣ୍ଟା ଭିଡିଛି । ଅଧିକ ପଢନ୍ତୁ...

ପର୍ଯ୍ୟଟନସ୍ଥଳୀ ବୁଲିଲେ ଜିଲ୍ଲାପାଳ
ପର୍ଯ୍ୟଟନସ୍ଥଳୀ ବୁଲିଲେ ଜିଲ୍ଲାପାଳ

By

Published : Feb 24, 2021, 2:00 PM IST

ବୌଦ୍ଧ: ଜିଲ୍ଲାରେ ଥିବା ସମସ୍ତ ପର୍ଯ୍ୟଟନସ୍ଥଳୀକୁ ଅକ୍ସି ଟୁରିଜିମ ପର୍ଯ୍ୟଟନସ୍ଥଳୀ କରିବାକୁ ଜିଲ୍ଲା ପ୍ରାଶାସନ ଅଣ୍ଟା ଭିଡିଛି । ଏ ନେଇ ଆଜି ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବୁଲି ଦେଖିଛନ୍ତି ଜିଲ୍ଲାପାଳ ।

ପର୍ଯ୍ୟଟନସ୍ଥଳୀ ବୁଲିଲେ ଜିଲ୍ଲାପାଳ

ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରି ରହିଛି । ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ପର୍ଯ୍ୟଟନସ୍ଥଳୀକୁ ଅକ୍ସି ଟୁରିଜିମ ପର୍ଯ୍ୟଟନସ୍ଥଳୀ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆ ହୋଇଛି । ଏ ନେଇ 22ଗୋଟି ସ୍ଥାନକୁ ଚିହ୍ନଟ କରାଯାଇଛି ।

ମଙ୍ଗଳବାର ବୌଦ୍ଧ ଜିଲ୍ଲାପାଳ, ବନଖଣ୍ଡ ଅଧିକାରୀ, ପିଡି, ସହକାରୀ ଜିଲ୍ଲାପାଳ, ହରଭଙ୍ଗା ବିଡ଼ିଓ ପ୍ରମୁଖ କୁଶଙ୍ଗ ବନ୍ୟପ୍ରାଣୀ ଅଭୟାରଣ୍ୟ ମଧ୍ୟରେ ଥିବା ଶୀତଳପାଣି, ମାରଡା ପ୍ରମୁଖ ମହାନଦୀ କୂଳରେ ଥିବା ବିଭିନ୍ନ ଇକୋ ରିଟ୍ରିଟ ସମ୍ଭାବନା ସ୍ଥାନ ବୁଲି ଦେଖିଛନ୍ତି ।

ଜିଲ୍ଲାପାଳ ଓ ଅନ୍ୟାନ୍ୟ ଅଧିକାରୀ ମାରଡା ଗ୍ରାମବାସୀଙ୍କ ସହ ଆଲୋଚନା କରିବା ସହ ମହାନଦୀର ସାତକୋଶିଆ ଗଣ୍ଡ ଅଞ୍ଚଳରେ ଲଞ୍ଚର ବିଭିନ୍ନ ପ୍ରାକୃତିକ ସୌନ୍ଦର୍ଯ୍ୟ ପୂର୍ଣ୍ଣ ସ୍ଥାନର କିଭଳି ଅକ୍ସି ଟୁରିଜିମ ମାଧ୍ୟମରେ ପର୍ଯ୍ୟଟକଙ୍କୁ ଆକର୍ଷିତ କରାଯାଇ ପାରିବ ସେନେଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ପୂର୍ବରୁ ମଧ୍ୟ ବୌଦ୍ଧ ବିଧାୟକ ପ୍ରାଚୀନ ଜଗନ୍ନାଥ ସଡକ ଓ ଏସବୁ ଅଞ୍ଚଳର ବିକାଶ ଉପରେ ଗୁରୁତ୍ବାରୋପ କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details