ବୌଦ୍ଧ: ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ଜିଲ୍ଲାକୁ ସାରା ରାଜ୍ୟରେ ନିନ୍ଦିତ କରିଥିବା ବେଳେ, ଏହାର ଭିଜିଲାନ୍ସ ତଦନ୍ତ ପାଇଁ ଜିଲ୍ଲା ବିଜେପି ଦାବି କରିଛି। ମୁଣ୍ଡାପଡା ଓ ଟିକରପଡା ପଞ୍ଚାୟତର ବହୁ ଚର୍ଚ୍ଚିତ ଦୁର୍ନୀତି ଖବର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ପହଞ୍ଚି ସାରିଛି। ଆବାସ ଦୁର୍ନୀତିରେ ଉଭୟ ପ୍ରକଳ୍ପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ଓ ବ୍ଲକ ପ୍ରଶାସନ ମୁହାଁମୁହିଁ ହୋଇ ମାମଲା ଥାନାରେ ପହଞ୍ଚିଛି ।
ଆବାସ ଦୁର୍ନୀତିର ଭିଜିଲାନ୍ସ ତଦନ୍ତ ଦାବି କଲା ବିଜେପି - BJP
ଆବାସ ଦୁର୍ନୀତିରେ ଜିଲ୍ଲା ପ୍ରଶାସନ କଡା ଆଭିମୁଖ୍ୟ ପ୍ରଦର୍ଶନ ସ୍ବରୂପ କେତେକ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ କରିଛି। ଅଧିକ ପଢନ୍ତୁ...

ଆବାସ ଦୁର୍ନୀତିର ଭିଜିଲାନ୍ସ ତଦନ୍ତ ଦାବି କଲା ଜିଲ୍ଲା ବିଜେପି
ଆବାସ ଦୁର୍ନୀତିର ଭିଜିଲାନ୍ସ ତଦନ୍ତ ଦାବି କଲା ଜିଲ୍ଲା ବିଜେପି
ସେପଟେ ଆବାସ ଦୁର୍ନୀତି କୁନେଇ ଜିଲ୍ଲା ପ୍ରଶାସନ କଡା ଆଭିମୁଖ୍ୟ ପ୍ରଦର୍ଶନ ସ୍ବରୂପ ହରଭଙ୍ଗା ବ୍ଲକର ଜନୈକ କର୍ମଚାରୀଙ୍କୁ ନିଲମ୍ବିତ କରିଥିବା ବେଳେ, ପ୍ରକଳ୍ପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟର ଦୁଇ ଜଣ କର୍ମଚାରୀ ଫେରାର ହୋଇଯାଇଛନ୍ତି। ଯାହାକି ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି। ସେପଟେ ଜିଲ୍ଲା ବିଜେପି ଆବାସ ଯୋଜନାରେ ଦୁର୍ନୀତିକୁ ନେଇ ଆନ୍ଦୋଳନ ପାଇଁ ସଜବାଜ ହେଉଛି। ବରିଷ୍ଠ ବିଜେପି ନେତା ବର୍ତ୍ତମାନ କଣ୍ଟାମାଳ ବ୍ଲକରେ ବ୍ୟାପକ ଆବାସ ଦୁର୍ନୀତି ହୋଇଥିବା ଅଭିଯୋଗ କରି ଏହାର ଭିଜିଲାନ୍ସ ତଦନ୍ତ ପାଇଁ ଦାବି କରିଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ