ବୌଦ୍ଧ: ଆକ୍ସନ ମୁଡରେ ଜିଲ୍ଲା ପ୍ରଶାସନ । ଏଣିକି ଖାଉଟିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସମସ୍ତ ପଦକ୍ଷେପ ଗ୍ରହଣ କରିବ ପ୍ରଶାସନ। ମଙ୍ଗଳବାର ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଖାଉଟି ବିଭାଗ, ଅଗ୍ନିଶମ ବିଭାଗ, ମାପ ଓଜନ ବିଭାଗ, ଖାଦ୍ୟ ସୁରକ୍ଷା ବିଭାଗ ଓ ପୋଲିସ ବିଭାଗ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ବୌଦ୍ଧ ସହରର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବିଭିନ୍ନ ଦିଗ ଉପରେ ଯାଞ୍ଚ କରାଯାଇଥିଲା ।
ଗ୍ରାହକଙ୍କ ସ୍ବାର୍ଥ ସୁରକ୍ଷା ପାଇଁ ବିଭିନ୍ନ ସ୍ଥାନରେ ବୌଦ୍ଧ ପ୍ରଶାସନର ଚଢ଼ାଉ - ଗ୍ରାହକଙ୍କ ସ୍ବାର୍ଥ ସୁରକ୍ଷା ପାଇଁ ବିଭିନ୍ନ ସ୍ଥାନରେ ପ୍ରଶାସନର ଚଢ଼ାଉ
ଖାଉଟିଙ୍କୁ ଉପଯୁକ୍ତ ମାନ ଓ ସେବା ପ୍ରଦାନ ହେଉଛି ନା ନାହିଁ ସେନେଇ ଆକ୍ସନ ମୁଡରେ ଜିଲ୍ଲା ପ୍ରଶାସନ । ମଙ୍ଗଳବାର ଠାରୁ ଜିଲ୍ଲାରେ ଆରମ୍ଭ ହୋଇଛି ମିଳିତ ଚଢ଼ାଉ । ଅଧିକ ପଢନ୍ତୁ...

ଗ୍ରାହକଙ୍କ ସ୍ବାର୍ଥ ସୁରକ୍ଷା ପାଇଁ ବିଭିନ୍ନ ସ୍ଥାନରେ ପ୍ରଶାସନର ଚଢ଼ାଉ
ଗ୍ରାହକଙ୍କ ସ୍ବାର୍ଥ ସୁରକ୍ଷା ପାଇଁ ବିଭିନ୍ନ ସ୍ଥାନରେ ପ୍ରଶାସନର ଚଢ଼ାଉ
ତେବ ମଙ୍ଗଳବାର ପ୍ରଥମ ଦିନରେ 3ଟି ସ୍ଥାନରେ ଚଢ଼ାଉ କରାଯାଇଥିବା ସୂଚନା ମିଳିଛି । ଗୋଟିଏ ମଲ ଓ ପେଟ୍ରୋଲ ଟାଙ୍କି ସହିତ ଏକ ହୋଟେଲରେ ଚଢ଼ାଉ କରାଯାଇଥିଲା । ତେବେ ଏହି ଚଢ଼ାଉ ସମୟରେ ଅନେକ ଅନିୟମିତତା ସମ୍ପର୍କରେ ପ୍ରଶାସନ ସୂଚନା ପାଇଥିବା ଜଣାପଡିଛି । ଗ୍ରାହକଙ୍କୁ ଉପଯୁକ୍ତ ମାନ ଓ ସେବାକୁ ଏହି ତଦନ୍ତରେ ପ୍ରାଥମିକତା ଦିଆଯାଉଥିବା ଜଣାପଡିଛି । ସେପଟେ ଆଗାମୀ ଦିନରେ ସାରା ଜିଲ୍ଲାରେ ଏହି ଚଢ଼ାଉ ଅଭିଯାନ ଜାରି ରହିବ ବୋଲି ବୌଦ୍ଧ ଜିଲ୍ଲାପାଳ କହିଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ