ବୌଦ୍ଧ: ବହୁ ପ୍ରତିକ୍ଷିତ ପ୍ରକଳ୍ପ ସବୁ ଉଦଘାଟିତ ହେଲା । ହେଲେ ଉଦଘାଟନର ଦିନ କେଇଟା ପରେ ଅବସ୍ଥା ଦେଖି ବିରୋଧୀ ଓ ବୁଦ୍ଧିଜୀବୀ ଗଭୀର ଉଦବେଗ ପ୍ରକାଶ କରିଛନ୍ତି । ଗତ ଦୁଇ ତାରିଖରେ ବୌଦ୍ଧ ଜିଲ୍ଲାରେ ପ୍ରାୟ 44 କୋଟି ଟଙ୍କାର ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଥିଲେ । ତେବେ ଅତ୍ୟନ୍ତ ତରବରିଆ ତଥା ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ ଦର୍ଶାଇ ଉଦଘାଟନ କରାଯାଇଥିବା ଅଭିଯୋଗ ହୋଇଛି ।
ନିମ୍ନମାନର ରାସ୍ତା କାମକୁ ନେଇ ତେଜୁଛି ଅସନ୍ତୋଷ, ରାସ୍ତାରୁ ଉଠି ଯାଉଛି ପିଚୁ - ବୌଦ୍ଧ
ବହୁ ପ୍ରତିକ୍ଷିତ ପ୍ରକଳ୍ପ ସବୁ ଉଦଘାଟିତ ହେଲା । ହେଲେ ଉଦଘାଟନର ଦିନ କେଇଟା ପରେ ଅବସ୍ଥା ଦେଖି ବିରୋଧୀ ଓ ବୁଦ୍ଧିଜୀବୀ ଗଭୀର ଉଦବେଗ ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ...

ନିମ୍ନ ମାନର ରାସ୍ତା କାମକୁ ନେଇ ତେଜୁଛି ଅସନ୍ତୋଷ, ରାସ୍ତାରୁ ଉଠି ଯାଉଛି ପିଚୁ
ନିମ୍ନ ମାନର ରାସ୍ତା କାମକୁ ନେଇ ତେଜୁଛି ଅସନ୍ତୋଷ, ରାସ୍ତାରୁ ଉଠି ଯାଉଛି ପିଚୁ
ବିଶେଷ ଭାବରେ ବୌଦ୍ଧ ଜିଲ୍ଲାର ମନମୁଣ୍ଡା ବାଏପାସ, ହରଭଙ୍ଗା ବ୍ଲକ ଶଗଡିଆ ସେତୁ,ବୌଦ୍ଧ ସହରର ବ୍ରିଜଛକ ଗୋଲେଇ ଓ ବିଭିନ୍ନ ରାସ୍ତା ନିର୍ମାଣ କାର୍ଯ୍ୟ ଅତ୍ୟନ୍ତ ନିମ୍ନ ମାନର ହୋଇଥିବା ଅଭିଯୋଗ ହୋଇଛି । ଉଦଘାଟନର ଅଳ୍ପ ଦିନ ମଧ୍ୟରେ ଅନେକ ରାସ୍ତାରୁ ପିଚୁ ଊଠିବା ସହ ଗୋଡି ବାହାରି ପଡିଥିବା ମଧ୍ୟ ଅଭିଯୋଗ ହୋଇଛି । ଏନେଇ ବିରୋଧୀ ତଥା ବୁଦ୍ଧିଜୀବୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ