ଓଡିଶା

odisha

ETV Bharat / state

ଆକ୍ରାନ୍ତଙ୍କ ସମ୍ପର୍କରେ ଠିକ୍ ସମୟରେ ମିଳୁନି ସୂଚନା, ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ - corona cases'

ବୌଦ୍ଧର କଣ୍ଟେନମେଣ୍ଟ ଜୋନରେ ସାଧାରଣ ଦୋକାନ ସବୁ ଆସନ୍ତା 26 ତାରିଖ ପର୍ଯ୍ୟନ୍ତ ବନ୍ଦ କରାଯାଇ ଥିବା ବେଳେ ବିଦେଶୀ ମଦ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇ ଥିବାରୁ ଏହାକୁ ସମାଲୋଚନା କରିଛନ୍ତି ବୁଦ୍ଧିଜୀବୀ । ଅଧିକ ପଢନ୍ତୁ..

ଆକ୍ରାନ୍ତଙ୍କ ସମ୍ପର୍କରେ ଠିକ୍ ସମୟରେ ମିଳୁ ନାହିଁ ସୂଚନା, ବୁଦ୍ଧିଜୀବୀ ମହୋଲରେ ଅସନ୍ତୋଷ
ଆକ୍ରାନ୍ତଙ୍କ ସମ୍ପର୍କରେ ଠିକ୍ ସମୟରେ ମିଳୁ ନାହିଁ ସୂଚନା, ବୁଦ୍ଧିଜୀବୀ ମହୋଲରେ ଅସନ୍ତୋଷ

By

Published : Jul 22, 2020, 7:02 PM IST

ବୌଦ୍ଧ: କୋରୋନା ସଂକ୍ରମିତଙ୍କ ସମ୍ପର୍କରେ ଉପଯୁକ୍ତ ସମୟରେ ସୂଚନା ମିଳୁ ନଥିବାରୁ ସଚେତନ ହୋଇପାରୁ ନାହାନ୍ତି ଲୋକ । ସେପଟେ କଣ୍ଟେନମେଣ୍ଟ ଜୋନରେ ସବୁ ଦୋକାନକୁ ବନ୍ଦ କରାଯାଇ ବିଦେଶୀ ମଦ ଦୋକାନ ଖୋଲା ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି ବୁଦ୍ଧିଜୀବୀ ।

ଆକ୍ରାନ୍ତଙ୍କ ସମ୍ପର୍କରେ ଠିକ୍ ସମୟରେ ମିଳୁ ନାହିଁ ସୂଚନା, ବୁଦ୍ଧିଜୀବୀ ମହୋଲରେ ଅସନ୍ତୋଷ

ଉପଯୁକ୍ତ ସମୟରେ ମିଳିପାରୁ ନାହିଁ କୋରୋନା ପଜିଟିଭଙ୍କ ସୂଚନା । ଫଳରେ ସାଧାରଣ ଲୋକ ସଚେତନ ଠାରୁ ଆରମ୍ଭ କରି ସଂକ୍ରମଣର ମଧ୍ୟ ଅଧିକ ସମ୍ଭାବନା ରହିଥିବା ଆଶଙ୍କା ପ୍ରକାଶ କରିଛନ୍ତି ବୁଦ୍ଧିଜୀବୀ । ଗତ ଚାରି ଦିନ ପୂର୍ବରୁ ବୌଦ୍ଧ ଥାନାରେ କାର୍ଯ୍ୟରତ ହୋମଗାର୍ଡଙ୍କ ଠାରେ ପଜିଟିଭ ଚିହ୍ନଟ ପରେ ତାଙ୍କ ପରିବାରର ଅନ୍ୟ ତିନି ଜଣ ସଂକ୍ରମିତ ହୋଇଥିବା ଗତ ଦୁଇ ଦିନ ତଳେ ଜଣାପଡିବା ସହ ସେମାନଙ୍କୁ ବୌଦ୍ଧ କୋଭିଡ ହେଲଥ୍ ସେଣ୍ଟରରେ ଚିକିତ୍ସା ଆରମ୍ଭ କରାଯାଇଥିଲା । କିନ୍ତୁ ଆକ୍ରାନ୍ତ ଚିହ୍ନଟର 48 ଘଣ୍ଟା ପରେ ସୂଚନା ଦିଆଯାଉ ଥିବାରୁ ଏହା ପରୋକ୍ଷରେ ସଂକ୍ରମଣର ଆଶଙ୍କାକୁ ବଢାଇପାରେ ବୋଲି ଚର୍ଚ୍ଚା ହେଉଛି ।

ସେପଟେ ବୌଦ୍ଧର କଣ୍ଟେନମେଣ୍ଟ ଜୋନରେ ସାଧାରଣ ଦୋକାନ ସବୁ ଆସନ୍ତା 26 ତାରିଖ ପର୍ଯ୍ୟନ୍ତ ବନ୍ଦ କରାଯାଇ ଥିବା ବେଳେ ବିଦେଶୀ ମଦ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇ ଥିବାରୁ ଏହାକୁ ସମାଲୋଚନା କରିଛନ୍ତି ବୁଦ୍ଧିଜୀବୀ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details