ଓଡିଶା

odisha

ETV Bharat / state

ସବୁଜ ବିପ୍ଳବ ନାଁରେ ସର୍ବହରା ଷଡଯନ୍ତ୍ର, ଜମି ଦେଇ ହତାଶ ଲୋକେ !

ନିଯୁକ୍ତି ସୁଯୋଗ ଓ ସୌରଶକ୍ତି ସଂରକ୍ଷଣ ଆଦି ପ୍ରଲୋଭନ ଦେଖାଇ ଶାଗମାଛ ଦରରେ ଜମି ହଡପ ଅଭିଯୋଗ । ଏଥିଯୋଗୁଁ ବୌଦ୍ଧ ଜିଲ୍ଲାର ଗୋହିପିଟା ଏବେ ମରୂଭୁମି ପାଲଟିବାକୁ ଲାଗିଛି ।

By

Published : Sep 23, 2019, 11:42 AM IST

ଫଟୋ ସୌଜନ୍ୟ-ପ୍ରତିନିଧି, ବୌଦ୍ଧ

ବୌଦ୍ଧ: ସବୁଜ ବିପ୍ଳବ ନାଁରେ ଲୋକଙ୍କୁ ସର୍ବହରା ଚକ୍ରାନ୍ତ । ଏପରିକି ନିଯୁକ୍ତି ସୁଯୋଗ ଓ ସୌରଶକ୍ତି ସଂରକ୍ଷଣ ଆଦି ପ୍ରଲୋଭନ ଦେଖାଇ ଶାଗମାଛ ଦରରେ ଜମି ହଡପ କରାଯାଇଛି । ଏ ନେଇ ଅଭିଯୋଗ କରି ଓଡିଶା ସବୁଜ ଶକ୍ତି ଉନ୍ନୟନ ନିଗମ (ଜିଇଡିସିଓଏଲ) ବିରୋଧରେ ତାତିଛନ୍ତି ଗୋହିପିଟାବାସୀ ।


ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ଗୋହିପିଟାରେ ଜିଇଡିସିଓଏଲ ସଂସ୍ଥା ପକ୍ଷରୁ 20ମେଗାୱାଟ ସୌରଶକ୍ତି ପ୍ରକଳ୍ପ ସ୍ଥାପନ ହୋଇଛି । ଏଥିପାଇଁ ଗୋହିପିଟା ମୌଜାର ପ୍ରାୟ ୨୫୦ ଏକର ଓ କେଉଟିପାଲି ମୌଜାର ପ୍ରାୟ 100 ଏକର ଜମି ବ୍ୟବହୃତ ହୋଇଛି । ତେବେ ଏସବୁ ଜମି ଦେଇଥିବା ଲୋକେ ଏବେ କୌଣସି ସୁବିଧା ନ ପାଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

ଭିଡିଓ ସୌଜନ୍ୟ-ପ୍ରତିନିଧି, ବୌଦ୍ଧ

ଏଠାରୁ ଉତ୍ପାଦିତ ବିଦ୍ୟୁତରୁ ଗୋଟିଏ ୟୁନିଟ ମଧ୍ୟ ଜିଲ୍ଲାବାସୀଙ୍କ କାମରେ ଲାଗୁନାହିଁ । ଓଲଟା ଏଠାରୁ ନିର୍ଗତ ରେଡିଏସନ ପ୍ରଭାବରେ ଉତ୍ତାପ ବୃଦ୍ଧି ସହ ନାନା ଦୁରାରୋଗ୍ୟରେ ଲୋକେ ପଡୁଛନ୍ତି । ଜଙ୍ଗଲ ସବୁ କାଟ ଯୋଗୁଁ ଶହ ଶହ ଜମି ମରୁଭୂମିରେ ପରିଣତ ହୋଇଗଲାଣି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ପୂର୍ବରୁ ପ୍ରକଳ୍ପ ପ୍ରତିଷ୍ଠା ସମୟରେ ସଂସ୍ଥା ପକ୍ଷରୁ ବହୁ ପ୍ରତିଶ୍ରୁତି ମିଳିଥିଲା । ଏପରି ତତ୍କାଳୀନ ବୌଦ୍ଧ ଜିଲ୍ଲାପାଳ ମଧ୍ୟ ନିଗମର ଏଜେଣ୍ଟ ସାଜି ଲୋକଙ୍କୁ ଖୁବ ଭୂଆଁ ବୁଲାଇଥିବା ଅଭିଯୋଗ ହୋଇଛି । ହେଲେ ପରେ ନେଇଥିବା ଜମିକୁ ଅତି ନିମ୍ନ ମାନର ଦର୍ଶାଇ ଲୋକଙ୍କ ନିର୍ଦ୍ଧାରଣ ଠାରୁ ବହୁତ କମ ଟଙ୍କା ଦିଆଯାଇଛି । ଆଉ ଏବେ ଏଥିପାଇଁ ସ୍ଥାନୀୟ ଲୋକେ ଯେତେ ଅଭିଯୋଗ କଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା କୁହାଯାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details