ବୌଦ୍ଧ: ବହୁବିଧ ସମସ୍ୟା ମଧ୍ୟରେ ବୌଦ୍ଧ ଜିଲ୍ଲାର ହଜାର ହଜାର ଶ୍ରମିକ। ଆବାସ ଯୋଜନାଠାରୁ ଆରମ୍ଭ କରି ଅନ୍ୟାନ୍ୟ ସରକାରୀ ଯୋଜନାରୁ ବଞ୍ଚିତ ଅଛନ୍ତି ଅନେକ ଶ୍ରମିକ। ଶ୍ରମିକଙ୍କ ବିଭିନ୍ନ ସମସ୍ୟା କୁନେଇ ଗୁରୁବାର ଦିନ ବୌଦ୍ଧ ଜିଲ୍ଲାର ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଗଭୀର ଉଦବେଗ ପ୍ରକାଶ ସହ ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆସନ୍ତା ପନ୍ଦର ତାରିଖରେ ଧାରଣାରେ ବସିବାକୁ ନିଷ୍ପତ୍ତି ନିଆଯାଇଛି। ତେବେ ଶୁକ୍ରବାର ଏହାର ଉତ୍ତର ଦେବାକୁ ଯାଇ ଶ୍ରମ ଅଧିକାରୀ, ଜିଲ୍ଲାରେ ଦଲାଲ ମାନଙ୍କ ଦ୍ବାରା ଶ୍ରମିକମାନେ ପ୍ରଭାବିତ ହେଉଥିବା ଭଳି ଗୁରୁତର ଅଭିଯୋଗ ଆଣିବା ସହ ଶ୍ରମ ବିଭାଗ ପଞ୍ଚାୟତ ସ୍ତରରେ ଶ୍ରମିକଙ୍କୁ ସହାୟତା କରିବ ବୋଲି ସୂଚନା ଦେଇଛନ୍ତି।
ଶ୍ରମିକଙ୍କ ପୁନଃ ପଞ୍ଜିକରଣ ପ୍ରକ୍ରିୟାକୁ ନେଇ ବିରୋଧାଭାଷ - ବୌଦ୍ଧ ଜିଲ୍ଲା
ଶ୍ରମିକଙ୍କ ବିଭିନ୍ନ ସମସ୍ୟା କୁନେଇ ଗୁରୁବାର ଦିନ ବୌଦ୍ଧ ଜିଲ୍ଲାର ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଗଭୀର ଉଦବେଗ ପ୍ରକାଶ ସହ ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆସନ୍ତା ପନ୍ଦର ତାରିଖରେ ଧାରଣାରେ ବସିବାକୁ ନିଷ୍ପତ୍ତି ନିଆଯାଇଛି। ଅଧିକ ପଢନ୍ତୁ...
ଶ୍ରମିକଙ୍କ ପୁନଃ ପଞ୍ଜିକରଣ ପ୍ରକ୍ରିୟାକୁ ନେଇ ବିରୋଧାଭାଷ
ସେପଟେ ଏହାର କଡା ଯବାବ ରଖିଛି ମିଳିତ ଶ୍ରମିକ ସଂଗଠନ। ଶ୍ରମ କାର୍ଯ୍ୟାଳୟ ଉଭୟ ଶ୍ରମିକ ଓ ଶ୍ରମିକ ସଂଗଠନମାନଙ୍କ ପାଇଁ ଉଦ୍ଦିଷ୍ଟ ଥିବା ବେଳେ ସଂଗଠନଗୁଡ଼ିକୁ ଏନେଇ ବାରଣ ସମ୍ପର୍କରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ