ବୌଦ୍ଧ: ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିବେ ନିଜେ ଗ୍ରାମବାସୀ । ଏଭଳି କିଛି ଲକ୍ଷ୍ୟ ରଖି ପ୍ରଶାସନିକ ସ୍ତରରେ ଆରମ୍ଭ ହୋଇଛି ପ୍ରସ୍ତୁତି । ଅଧିକାଂଶ ସମୟରେ ବନ୍ୟା, ବାତ୍ୟା ଓ ମରୁଡି ଭଳି ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରନ୍ତି ଜିଲ୍ଲାବାସୀ । ତେଣୁ ବିପର୍ଯ୍ୟୟର ମୁକାବିଲା ପାଇଁ ଗ୍ରାମ ସ୍ତରରୁ ଲୋକଙ୍କୁ ପ୍ରସ୍ତୁତ କରାଯିବ । ଏଥିପାଇଁ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ ହୋଇଛି ।
ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିବେ ବୌଦ୍ଧବାସୀ, ଦିଆଯିବ ତାଲିମ - ବୌଦ୍ଧରେ ପ୍ରାକୃତିକ ବିପର୍ଯ୍ୟୟ ବୈଠକ
ବୌଦ୍ଧ ଜିଲ୍ଲାରେ ଏଣିକି ବିପର୍ଯ୍ୟୟ ମୁକାବିଲା ପାଇଁ ଗ୍ରାମ ସ୍ତରରେ ଲୋକଙ୍କୁ ପ୍ରସ୍ତୁତ କରାଯିବ । ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ ହୋଇଛି । ବିପର୍ଯ୍ୟୟର କିଭଳି ମୁକାବିଲା କରିବେ ଏଥିପାଇଁ ଲୋକଙ୍କୁ ତାଲିମ ଦିଆଯିବ ।
ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ
ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ
ଗ୍ରାମ ସ୍ତରରେ ବିଭିନ୍ନ ଗୋଷ୍ଠୀ ଓ କମିଟି ଗଠନ ସହ କିଭଳି ବିପର୍ଯ୍ୟୟର ମୁକାବିଲା ପାଇଁ ପ୍ରସ୍ତୁତ ରହିବେ ସେ ସମ୍ପର୍କରେ ସ୍ବତନ୍ତ୍ର ତାଲିମ ଦିଆଯିବ । ବୁଧବାର ଏନେଇ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ପିଡି ସୂର୍ଯ୍ୟ ନାରାୟଣ ଦାସ, ଉପଜିଲ୍ଲାପାଳ ଏନ.ସି ଜ୍ୟୋତି ରଞ୍ଜନ ନାଏକ ପ୍ରମୁଖ ଯୋଗ ଦେଇଥିଲେ । ଅନ୍ୟପଟେ ପ୍ରାଣୀମାନଙ୍କ ସୁରକ୍ଷା ବ୍ୟବସ୍ଥା ଅତ୍ୟନ୍ତ ଜରୁରୀ ଥିବାବେଳେ ଖୋଦ ପ୍ରାଣୀଧନ ଅଧିକାରୀ ଉପସ୍ଥିତ ନଥିଲେ । ଯାହାକୁ ନେଇ ବୈଠକରେ ଅସନ୍ତୋଷ ପ୍ରକାଶ ପାଇଥିଲା ।
ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ