ଓଡିଶା

odisha

ETV Bharat / state

ବାଟବଣା ସରକାରୀ ଯୋଜନା: ଭିନ୍ନକ୍ଷମଙ୍କ ପାଇଁ ଅର୍ଥ ସାଜିଛି ବାଧକ - ଶାରୀରିକ ଓ ମାନସିକ ଭିନ୍ନକ୍ଷମ

ଶାରୀରିକ ଓ ମାନସିକ ଭିନ୍ନକ୍ଷମ ଶିଶୁମାନଙ୍କ ପାଇଁ ସରକାର କରିଛନ୍ତି ଅନେକ ଯୋଜନା । କିନ୍ତୁ ଏହି ଯୋଜନା ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଞ୍ଚି ନପାରି ବାଟବଣା ହୋଇଛି। ଯାହାକୁ ନେଇ ବୌଦ୍ଧ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ କମିଟିରେ ଗଭୀର ଉଦବେଗ ପ୍ରକାଶ ପାଇଛି। ଅଧିକ ପଢନ୍ତୁ...

ବାଟବଣା ସରକାରୀ ଯୋଜନା: ଭିନ୍ନକ୍ଷମଙ୍କ ପାଇଁ ଅର୍ଥ ସାଜିଛି ବାଧକ
ବାଟବଣା ସରକାରୀ ଯୋଜନା: ଭିନ୍ନକ୍ଷମଙ୍କ ପାଇଁ ଅର୍ଥ ସାଜିଛି ବାଧକ

By

Published : Mar 3, 2021, 3:12 PM IST

ବୌଦ୍ଧ: ରାଜ୍ୟ ହୁଅନ୍ତୁ ଅବା କେନ୍ଦ୍ର ସରକାର। ଉଭୟ ସରକାର ଏବେ ଏକରୁ ଅନେକ ଯୋଜନା ସାଧାରଣ ଜନତା ଓ ବିଭିନ୍ନ ବର୍ଗର ଲୋକମାନଙ୍କ ପାଇଁ କାର୍ଯ୍ୟକାରୀ କରିଥିବା ବେଳେ ଅନେକ ଯୋଜନା ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଞ୍ଚି ନପାରି ବାଟବଣା ହୋଇଛି। ରାସନ ସାମଗ୍ରୀ ଯୋଗାଣ କ୍ଷେତ୍ରରେ ସ୍ବଚ୍ଛତା ରହୁନଥିବା ବେଳେ ଦିବ୍ୟାଙ୍ଗମାନଙ୍କ ପାଇଁ ଥିବା ସରକାରୀ ସୁବିଧା ବି ବାଟ ହୁଡିଛି। ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକର 69 ଗୋଟି ପଞ୍ଚାୟତରେ ଅନେକ ଭିନ୍ନକ୍ଷମ ଶିଶୁ ଓ ଅନ୍ୟାନ୍ୟ ବର୍ଗର ଅସହାୟ ମଣିଷ ରହିଛନ୍ତି । ଅଧିକାଂଶ ସ୍ଥାନରେ ଏଭଳି ଭିନ୍ନକ୍ଷମ ବର୍ଗ ଅତ୍ୟନ୍ତ ହୃଦୟସ୍ପର୍ଶୀ ଭାବରେ କାଳ କାଟୁଛନ୍ତି । ଏନେଇ ମଙ୍ଗଳବାର ଦିନ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ କମିଟିରେ ଗଭୀର ଉଦବେଗ ପ୍ରକାଶ ପାଇଛି।

ବାଟବଣା ସରକାରୀ ଯୋଜନା: ଭିନ୍ନକ୍ଷମଙ୍କ ପାଇଁ ଅର୍ଥ ସାଜିଛି ବାଧକ

ଅନ୍ୟପଟେ ବୌଦ୍ଧ ଜିଲ୍ଲାର ତିଲେଶ୍ବର ପଞ୍ଚାୟତ କୃଷ୍ଣପାଲି ଗ୍ରାମର ତିନି ବର୍ଷର ଭିନ୍ନକ୍ଷମ ଶିଶୁ ଚନ୍ଦନ ଅତ୍ୟନ୍ତ ଗରିବ ପରିବାରର ହୋଇଥିବା ବେଳେ ତାର ଚିକିତ୍ସା ପାଇଁ ପିତାମାତା ଅସମର୍ଥ ହୋଇପଡିଛନ୍ତି । ଚନ୍ଦନଙ୍କ ଭଳି ତାଳସରଡା ଗ୍ରାମର ସୁମତୀ ଓ ଗୁନ୍ଦୁଳିଆ ପଞ୍ଚାୟତ ବନ୍ଧପଡା ଗ୍ରାମର ଭିନ୍ନକ୍ଷମ କୁନି ଝିଅ ଫୁଲ ମଧ୍ୟ ସରକାରୀ ସହାୟତାକୁ ଚାହିଁ ବସିଛନ୍ତି ।

ସେପଟେ କୁଶଙ୍ଗ ଗ୍ରାମର ପିତାମାତାଙ୍କୁ ହରାଇଥିବା ମାନସିକ ଭିନ୍ନକ୍ଷମ ମମତା, ସାବତ ମା ପାଖରେ ଆଶ୍ରୟ ନେଇଛନ୍ତି । ଛାତ ଘର ଖଣ୍ଡେ ପାଇଁ ବାରମ୍ବାର ଅଭିଯୋଗ ପରେ କୌଣସି ସୁଫଳ ନମିଳିବାରୁ ଜିଲ୍ଲାପାଳଙ୍କୁ ଗୁହାରି ପାଇଁ ପହଞ୍ଚିଛନ୍ତି। ଭିନ୍ନକ୍ଷମଙ୍କ ପାଇଁ ସରକାର ଅନେକ ଯୋଜନା କରିଥିଲେ ମଧ୍ୟ କେତେକ ସ୍ଥାନରେ ତାହା ଠିକରେ କାର୍ଯ୍ୟକାରୀ ହୋଇପାରୁ ନଥିବାରୁ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଛି ।


ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details