ବୌଦ୍ଧ: ଶୁଣ ସରକାର! ମୁଁ ଜଣେ ଭିନ୍ନକ୍ଷମ । ଘରେ ବାପାମାଆ ବି ରୋଗୀଣା । ବ୍ୟବସାୟ ବୁଡ଼ିଗଲା, ପରିବାର ଚଳାଇବାରେ ମୁଁ ସକ୍ଷମ ହୋଇପାରୁନି । ମୋତେ ସାହାଯ୍ୟ କରନ୍ତୁ । ମୁଖ୍ୟମନ୍ତ୍ରୀଙ୍କୁ ନିଜ ଦୁଃଖ ଜଣାଇବାକୁ ବାହାରିଛନ୍ତି ଜଣେ ଭିନ୍ନକ୍ଷମ ଯୁବକ । ତିନିଚକିଆ ସାଇକେଲରେ ବଲାଙ୍ଗୀରରୁ ଭୁବନେଶ୍ବର ଯାତ୍ରା ପାଇଁ ବାହାରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ଦେଖା ହୋଇ ତାଙ୍କୁ ଦୁଃଖ ଜଣାଇବେ ବୋଲି ନବୀନ ନିବାସ ଅଭିମୁଖେ ଯାତ୍ରା କରୁଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ:ନଦୀରେ ଗାଧୋଇବା ବେଳେ ବୁଡ଼ିଗଲେ 5 ଛାତ୍ର, 3 ମୃତ ଓ ଜଣେ ଗୁରୁତର
ଯୁବକ ଜଣକ ହେଉଛନ୍ତି ବଲାଙ୍ଗୀର ବୟନ୍ତି ପଡ଼ାର ବାସିନ୍ଦା ଡଗର ନାଏକ । ପିଲାଦିନରୁ ସେ ଭିନ୍ନକ୍ଷମ, କିନ୍ତୁ ପରିବାରର ସମସ୍ତ ବୋଝ ମୁଣ୍ଡାଇ ଆସିଛନ୍ତି ଡଗର । ଘରର ଏକମାତ୍ର ରୋଜଗାରକ୍ଷମ ଡଗର ପୂର୍ବରୁ ଏକ ଛୋଟ ଚପଲ ଦୋକାନ କରି ପରିବାର ଚଳାଉଥିଲେ । ପରିବାର କହିଲେ ବାପାମାଆଙ୍କ ସହ ଅବିବାହିତ ଭଉଣୀ । ମାଆ ପାରାଲିସିସରେ ଆକ୍ରାନ୍ତ ହୋଇଥିବା ବେଳେ ବାପାଙ୍କ ମାନସିକ ଅବସ୍ଥା ଠିକ ନାହିଁ । ଏଭଳି ସ୍ଥିତିରେ ଗତ କୋରୋନା ସମୟରେ ଡଗରଙ୍କ ବ୍ୟବସାୟରେ ବ୍ୟାପକ କ୍ଷତି ହୋଇ ଦୋକାନଟି ବନ୍ଦ ହୋଇଗଲା । ସେବେଠାରୁ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଚଳୁଛନ୍ତି ଡଗରଙ୍କ ପରିବାର ।