ବୌଦ୍ଧ: ଜିଲ୍ଲାର ଉପାନ୍ତ ଅଞ୍ଚଳରେ ଥିବା ବିଦ୍ୟାଳୟର ବଦଳିର ରୂପରେଖ । ୫T ସ୍କୁଲରେ ଅନ୍ତର୍ଭୁକ୍ତ ହେବା ପରେ କଣ୍ଟାମାଳ ବ୍ଲକର ଉପାନ୍ତ ଖମନମୁଣ୍ଡା ପଞ୍ଚାୟତର ଦିଗୁନମାଳ ଉଚ୍ଚ ବିଦ୍ୟାଳୟ ସ୍ମାର୍ଟ ସ୍କୁଲରେ ପରିଣତ ହେବ । ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ ସ୍କୁଲ ରୂପାନ୍ତରଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ଯାହାକୁ ନେଇ ଉଭୟ ବିଦ୍ୟାଳୟ କର୍ତ୍ତୃପକ୍ଷ ଏବଂ ଛାତ୍ରଛାତ୍ରୀ ଖୁସି ପ୍ରକାଶ କରିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ:ଉନ୍ନତିକରଣ ନାଁରେ ଚଞ୍ଚକତା, ନିର୍ମାଣ ନସରୁଣୁ 5T ସ୍କୁଲ୍ କାନ୍ଥ ଫାଟି ଆଁ କଲାଣି
ଏହା ମଧ୍ୟ ପଢ଼ନ୍ତୁ:ବଢୁଛି ୫T ବିଦ୍ୟାଳୟ ବିରୋଧରେ ଅଭିଯୋଗ ଫର୍ଦ୍ଦ, ଚୁକ୍ତିନାମା ପରେ ବି ମହିଳା ଗୋଷ୍ଠୀକୁ ଦେଲେନି କାମ
ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ଉପାନ୍ତ ଖମନମୁଣ୍ଡା ପଞ୍ଚାୟତର ଏକମାତ୍ର ଉଚ୍ଚ ବିଦ୍ୟାଳୟ ଦିଗୁନମାଳ ହାଇସ୍କୁଲ । ଦିଗୁନମାଳ ଉଚ୍ଚ ବିଦ୍ୟାଳୟ ଗତ ପ୍ରାୟ ୨୫ ବର୍ଷ ତଳେ ପ୍ରତିଷ୍ଠା କରାଯାଇଥିଲା । ଖମନମୁଣ୍ଡା ପଞ୍ଚାୟତର ଏହା ଏକମାତ୍ର ବିଦ୍ୟାଳୟ ହୋଇଥିବା ବେଳେ ଅବହେଳିତ ଅବସ୍ଥାରେ ରହିଥିଲା । ବିଦ୍ୟାଳୟର ଶ୍ରେଣୀ ଗୃହ ଭାଙ୍ଗି ଯାଇଥିବା ବେଳେ ବିପଦ ସଂକୁଳ ଅବସ୍ଥାରେ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ବର୍ଷା ଦିନେ ଶ୍ରେଣୀ ଗୃହର ଉପରୁ ପାଣି ଗଳିବା ସହିତ ବିଦ୍ୟୁତ, ପାନୀୟଜଳ ସମସ୍ୟାରେ ଛାତ୍ରଛାତ୍ରୀ ସନ୍ତୁଳି ହେଉଥିବା ବେଳେ ଆବଶ୍ୟକ ଟେବୁଲ ଚେୟାର ଅଭାବରୁ ତଳେ ବସି ପାଠ ପଢୁଛନ୍ତି । ବର୍ତ୍ତମାନ ଦିଗୁନମାଳ ଉଚ୍ଚ ବିଦ୍ୟାଳୟଟି ଚତୁର୍ଥ ପର୍ଯ୍ୟାୟରେ ୫T ଅନ୍ତର୍ଭୁକ୍ତ ହେବା ନେଇ ସୂଚନା ମିଳିବା ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳି ଯାଇଛି ।