ଓଡିଶା

odisha

ETV Bharat / state

ଅବ୍ୟବସ୍ଥା ଘେରରେ ତେତେଲେଙ୍ଗା ଆଦର୍ଶ ବିଦ୍ୟାଳୟ - boudh tetelenga adarsha school

ବୌଦ୍ଧ ବ୍ଲକର ତେତେଲେଙ୍ଗା ଆଦର୍ଶ ବିଦ୍ୟାଳୟରେ ଦେଖାଦେଇଛି ଅନେକ ଅସୁବିଧା । ସମାଧାନ ନେଇ ଜିଲ୍ଲାପାଳଙ୍କୁ ଭେଟିଲେ ଅବିଭାବକ । ଅଧିକ ପଢନ୍ତୁ...

adarsha school
ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

By

Published : Dec 12, 2019, 3:41 PM IST

ବୌଦ୍ଧ: ଜିଲ୍ଲାର ତିନୋଟି ବ୍ଲକରେ ରହିଛି 3ଟି ସରକାରୀ ଆଦର୍ଶ ବିଦ୍ୟାଳୟ । ଏହି କ୍ରମରେ ହରଭଙ୍ଗା ବ୍ଲକର ମଣିପୁର ଓ କଣ୍ଟାମାଳ ବ୍ଲକର ଅଇଁଳାଚୁଆଁ ଆଦର୍ଶ ବିଦ୍ୟାଳୟର ହଷ୍ଟେଲ କାର୍ଯ୍ୟକ୍ଷମ ହୋଇ ସାରିଛି । କିନ୍ତୁ ବୌଦ୍ଧ ବ୍ଲକର ତେତେଲେଙ୍ଗା ଆଦର୍ଶ ବିଦ୍ୟାଳୟରେ ଆରଡି ବିଭାଗକୁ ୨୯ ଲକ୍ଷ ଟଙ୍କା ଆସି ପଡିରହିଥିଲେ ମଧ୍ୟ ଏନେଇ କୌଣସି ପ୍ରକ୍ରିୟା ଆରମ୍ଭ ହୋଇନାହିଁ । ଫଳରେ ଦୂର ଦୂରାନ୍ତରୁ ଆସୁଥିବା ଛାତ୍ରଛାତ୍ରୀ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ଅନ୍ୟପଟେ, ବୁଧବାର ରାଜ୍ୟ ସରକାର ୪୮୯ ଜଣ ନୂତନ ଶିକ୍ଷକଙ୍କୁ ନିଯୁକ୍ତି ଦେଇଥିଲେ ମଧ୍ୟ ବୌଦ୍ଧ ଜିଲ୍ଲାକୁ ଜଣେ ବି ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇନାହିଁ । ଓଲଟା ତେତେଲେଙ୍ଗା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦାୟିତ୍ବରେ ଥିବା ଶିକ୍ଷକଙ୍କ ବଦଳି ହୋଇଯାଇଛି । ଏହାବ୍ୟତୀତ ବିଦ୍ୟାଳୟରେ ଖେଳପଡିଆ, ପାନୀୟ ଜଳ ଓ ଅନ୍ୟାନ୍ୟ ଅସୁବିଧା ଲାଗିରହିଛି । ଫଳରେ ବର୍ତ୍ତମାନ ବିଦ୍ୟାଳୟରେ ଏକ ପ୍ରକାର ଅବ୍ୟବସ୍ଥା ଦେଖାଦେଇଛି ।

ଏ ସମ୍ପର୍କରେ ବିଦ୍ୟାଳୟର ଅବିଭାବକ ମାନେ ବୁଧବାର ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କୁ ଭେଟି ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଲିଖିତ ଭାବେ ଜଣାଇଛନ୍ତି । ଏନେଇ ତୁରନ୍ତ କୌଣସି ପଦକ୍ଷେପ ନିଆନଗଲେ ଅବିଭାବକ ମାନେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବେ ବୋଲି କହିଛନ୍ତି ।


ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details