ଓଡିଶା

odisha

ETV Bharat / state

ରୋଷେୟାଙ୍କ ଦାୟିତ୍ବରେ ଛାତ୍ରୀ ନିବାସ - ବୌଦ୍ଧ

ଅସୁରକ୍ଷିତ ପାଲଟିଛି ସରକାରୀ ଛାତ୍ରୀ ନିବାସ । 20 ବେଡ଼ରେ ରହୁଛନ୍ତି 50 ଛାତ୍ରୀ । ରୋଷେଇ ପାଇଁ ଆବଶ୍ୟକୀୟ ବାସନ ନାହିଁ । ଏପଟେ ପରିଚାଳନା ଦାୟିତ୍ବରେ କେହି ନଥିବାରୁ ହଷ୍ଟେଲ ସମ୍ଭାଳୁଛନ୍ତି ରୋଷେୟା ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, ବୌଦ୍ଧ

By

Published : Aug 20, 2019, 9:43 PM IST

ବୌଦ୍ଧ: ଅପହଞ୍ଚ ଅଞ୍ଚଳରେ ଅବ୍ୟବସ୍ଥା ପାଲଟିଛି ସରକାରୀ ଛାତ୍ରୀ ନିବାସ । ମାଓ ଅଧ୍ୟୁଷିତ ପଞ୍ଚାୟତରେ ଥିବା ଏକମାତ୍ର ଛାତ୍ରୀ ହଷ୍ଟେଲର ପରିଚାଳନା ସଠିକ ଭାବେ ହେଉନାହିଁ । ଆଦିବାସୀ ଛାତ୍ରୀଙ୍କ ନିମନ୍ତେ ଉଦ୍ଦିଷ୍ଟ ହଷ୍ଟେଲକୁ ସମ୍ଭାଳୁଛନ୍ତି ଜଣେ ରୋଷେଇଆ । ଘଟଣା ଶୁଣିବାକୁ ନିଶ୍ଟିତ ଅଡୁଆ ଲାଗୁଥିବ । କିନ୍ତୁ ଏହା ସମ୍ପୂର୍ଣ୍ଣ ସତ୍ୟ । ଜିଲ୍ଲାର ମାଓ ଅଧ୍ୟୁଷିତ ତଥା ଉପାନ୍ତ ଅଞ୍ଚଳ ତଳଗାଁ ପଞ୍ଚାୟତରେ ଦେଖିବାକୁ ମିଳିଛି ଏହି ଚିତ୍ର ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, ବୌଦ୍ଧ

ପଞ୍ଚାୟତ କାର୍ଯ୍ୟାଳୟର ଠିକ ସମ୍ମୁଖରେ ରହିଛି ତଳଗାଁ ଉଚ୍ଚ ବିଦ୍ୟାଳୟ । ଏଠାରେ ଅଧ୍ୟୟନ କରୁଥିବା ଆଦିବାସୀ ଛାତ୍ରୀଙ୍କ ନିମନ୍ତେ ରହିଛି ଶହେ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ । କିନ୍ତୁ ହଷ୍ଟେଲରେ ବର୍ତ୍ତମାନ ପଚାଶ ଜଣ ଛାତ୍ରୀ ରହୁଥିବା ବେଳେ ସେମାନଙ୍କ ପାଇଁ ରହିଛି 20ଟି ବେଡ଼୍ । ଅଧିକ ଶୋଚନୀୟ ସାଜିଛି ରୋଷେଇ ନିମନ୍ତେ ବାସନ । ଆବଶ୍ୟକୀୟ ବାସନ ନଥିବାରୁ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହେଉଛି ।

ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଲା ଏହି ସମଗ୍ର ଛାତ୍ରୀ ନିବାସର ଦାୟିତ୍ବରେ ଅଛନ୍ତି ଖୋଦ ଜଣେ ମହିଳା ରୋଷେୟା । ସୁରକ୍ଷା ବ୍ୟବସ୍ଥା ସଠିକ ନଥିବାରୁ ଭୟ ଓ ଆଶଙ୍କାରେ ରହୁଛନ୍ତି ଛାତ୍ରୀ । ପ୍ରଶାସନ ତ୍ରୁଟି ସଜାଡ଼ିବା ସହ ସୁରକ୍ଷା ଓ ପରିଚାଳନାଗତ ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛନ୍ତି ଛାତ୍ରୀ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details