ଓଡିଶା

odisha

ETV Bharat / state

ସଚିବଙ୍କ ଗସ୍ତ ପରେ ମଧ୍ୟ ଅବ୍ୟବସ୍ଥାରେ ବୌଦ୍ଧ ଚିକିତ୍ସାଳୟ - 5T ସଚିବଙ୍କ ପରିଦର୍ଶନ

5T ସଚିବଙ୍କ ପରିଦର୍ଶନ ପରେ ମଧ୍ୟ ସୁଧୁରିନି ମେଡ଼ିକାଲର ସ୍ଥିତି । ପୂର୍ବଭଳି ରହିଛି ପରିସ୍ଥିତି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ରୋଗୀଙ୍କ ସମ୍ପର୍କୀୟ ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

By

Published : Oct 31, 2019, 8:49 AM IST

ବୌଦ୍ଧ: ସୁଧୁରୁନି ଡାକ୍ତରଖାନାର ସମସ୍ୟା । ଗାଁ ଗହଳିରୁ ଆସୁଥିବା ରୋଗୀଙ୍କୁ ଠିକ ଭାବେ ସ୍ବାସ୍ଥ୍ୟ ସେବା ମିଳିପାରୁ ନଥିବା ନେଇ ଅଭିଯୋଗ ହୋଇଛି । ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ 5T ସଚିବ ପହଞ୍ଚି ସ୍ବାସ୍ଥ୍ୟ ସେବାକୁ କିଭଳି ଆହୁରି ଭଲ ଭାବେ ଲୋକଙ୍କୁ ଯୋଗାଇ ଦିଆଯିବ ସେନେଇ ତର୍ଜମା କରୁଛନ୍ତି । ବୌଦ୍ଧ ଜିଲ୍ଲାକୁ ମଧ୍ୟ ସଚିବ ଗସ୍ତ କରି ଫେରିଯାଉଛନ୍ତି । କିନ୍ତୁ ବୌଦ୍ଧ ମୁଖ୍ୟ ଡାକ୍ତରଖାନାରେ ଅବ୍ୟବସ୍ଥା ପୂର୍ବଭଳି ଲାଗି ରହିଛି ।

ସଚିବଙ୍କ ଗସ୍ତ ପରେ ମଧ୍ୟ ଅବ୍ୟବସ୍ଥାରେ ବୌଦ୍ଧ ଚିକିତ୍ସାଳୟ

ଡାକ୍ତରଖାନା ବାରଣ୍ଡାରେ ରୋଗୀ ଚିକିତ୍ସିତ ହେବା ସାଧାରଣ କଥା ହୋଇଛି । ତିନଦିନ ଧରି ଅତ୍ୟନ୍ତ ବିକଳ ଭାବରେ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟ ବାରଣ୍ଡାରେ ସମୟ କାଟୁଛନ୍ତି । ଏପଟେ ଆବଶ୍ୟକ ସଂଖ୍ୟକ ଡାକ୍ତର ନଥିବାରୁ ରୋଗୀଙ୍କୁ ସେବା ଯୋଗାଯାଇ ପାରୁନଥିବା ଚର୍ଚ୍ଚା ହେଉଛି । ତୁରନ୍ତ ଏଦିଗରେ ସରକାର ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହୋଇଛି ।


ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details