ଓଡିଶା

odisha

ETV Bharat / state

ଜଳବନ୍ଦୀରେ ଜୀବନ କାଟୁଛନ୍ତି ଝିଙ୍ଗରା ବସ୍ତିବାସୀ - ଜଳବନ୍ଦୀ ଅବସ୍ଥାରେ ଜୀବନ କାଟୁଛନ୍ତି ଝିଙ୍ଗରା ବସ୍ତିବାସୀ

ଜଳବନ୍ଦୀରେ 15ରୁ ଊର୍ଦ୍ଧ୍ବ ପରିବାର। ତା' ପୁଣି ମାସେ କିମ୍ବା ବର୍ଷେ ନୁହେଁ, ଶତାଧିକ ବର୍ଷରୁ ଏହି ବସ୍ତିବାସୀ ବର୍ଷା ଦିନ ଆସିଲେ ଏଭଳି ଭାବରେ ବିଛିନ୍ନାଞ୍ଚଳର ଜୀବନ କାଟୁଛନ୍ତି । ଏନେଇ ଡଙ୍ଗା ସାହାଯ୍ୟରେ ବସ୍ତିକୁ ଯାଇ ସ୍ଥାନୀୟ ଲୋକଙ୍କ ସମସ୍ୟା ସମ୍ପର୍କରେ ଜାଣିବାକୁ ଚେଷ୍ଟା କରିଥିଲା ଇଟିଭି ଭାରତ ଟିମ । ଅଧିକ ପଢନ୍ତୁ...

ଜଳବନ୍ଦୀ ଅବସ୍ଥାରେ ଜୀବନ କାଟୁଛନ୍ତି ଝିଙ୍ଗରା ବସ୍ତିବାସୀ
ଜଳବନ୍ଦୀରେ ଜୀବନ କାଟୁଛନ୍ତି ଝିଙ୍ଗରା ବସ୍ତିବାସୀ

By

Published : Aug 29, 2020, 12:02 PM IST

ବୌଦ୍ଧ: ଜିଲ୍ଲାର ଖୁଣ୍ଡବନ୍ଧ ପଞ୍ଚାୟତ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମରେ ରହିଛି ଏକ ବସ୍ତି ଝିଙ୍ଗରା ସାହି । ବସ୍ତିର ଉଭୟ ପାର୍ଶ୍ଵରେ ମହାନଦୀ ଓ ସାଲୁଙ୍କୀ ନଦୀ ପ୍ରବାହିତ ହେଉଥିବା ଯୋଗୁଁ ବର୍ଷା ଦିନ ତମାମ ଏହି ବସ୍ତିର ଚତୁଃପାର୍ଶ୍ବରେ ନଦୀ ପାଣି ଘେରିଯାଇ ଗମନାଗମନ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଏ । ବର୍ଷର ଅନ୍ୟ ସମୟ ତେଲନଦୀ କଡେ କଡେ ବସ୍ତିକୁ ଯିବାପାଇଁ ଏକ ପାଦଚଲା ରାସ୍ତା ଥିଲେ ମଧ୍ୟ ବର୍ଷା ଦିନରେ ତାହା ନଦୀ ମଧ୍ୟରେ ବୁଡିରହେ। ଶତାଧିକ ବର୍ଷରୁ ବସ୍ତିବାସୀ ଏଭଳି ଜୀବନ ବିତାଉଥିବାରୁ ଅଧିକାଂଶ ଲୋକ ଗାଁ ଛାଡି ଗୋବିନ୍ଦପୁର ଗ୍ରାମରେ ବସବାସ କଲେଣି ।

ଜଳବନ୍ଦୀରେ ଜୀବନ କାଟୁଛନ୍ତି ଝିଙ୍ଗରା ବସ୍ତିବାସୀ

ହେଲେ ଝିଙ୍ଗରା ନାମକ ମତ୍ସ୍ୟଜୀବୀ ସମ୍ପ୍ରଦାୟ ଗରିବ ଶ୍ରେଣୀର ହୋଇଥିବାରୁ ନିଜ ଭାଗ୍ୟକୁ ଆଦରି ସେଠାରେ ପଡିରହିଛନ୍ତି । ରୋଗୀ ଓ ଗର୍ଭବତୀଙ୍କୁ ମେଡିକାଲ ନେବାରେ ଅନେକ ଅସୁବିଧାର ସମ୍ମନୁଖୀନ ହେବାକୁ ପଡିଥାଏ । ବର୍ଷା ଦିନରେ ଏମାନଙ୍କ ପାଇଁ ଯାତାୟତର ଏକମାତ୍ର ମାଧ୍ୟମ ଦେଶୀ ଡଙ୍ଗା ।

ଜଳବନ୍ଦୀରେ ଜୀବନ କାଟୁଛନ୍ତି ଝିଙ୍ଗରା ବସ୍ତିବାସୀ

ଘଟଣା ସମ୍ପର୍କରେ ଖୋଦ ପଞ୍ଚାୟତ ନିର୍ବାହୀ ଅଧିକାରୀ ସ୍ବୀକାର କରିବା ସହ ଏମାନଙ୍କୁ ଅତ୍ୟନ୍ତ ବିପଦ ସମୟରେ ନିକଟସ୍ଥ ମର୍ଜାଦପୁର ବିଦ୍ୟାଳୟରେ ରଖାଯିବାର ବ୍ୟବସ୍ଥା କରାଯାଉଥିବା ସୂଚନା ଦେଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details