ବୌଦ୍ଧ : ଦେବ ଦେବ ମହାଦେବଙ୍କ ଜାଗର ଯାତ୍ରା ଉପରେ ଲାଗିଥିବା କଟକଣାର ପ୍ରଭାବ ଦେଖିବାକୁ ମିଳିଥିଲା । ଆଜି ବୌଦ୍ଧ ଜିଲ୍ଲାର ବିଭିନ୍ନ ଶୈବପୀଠ ଗୁଡିକରେ କରୋନା କଟକଣାକୁ ଦୃଷ୍ଟିରେ ରଖି ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ କେବଳ ଦର୍ଶନର ସୁଯୋଗ ମିଳିଥିବା ବେଳେ ପ୍ରଶାସନ ପକ୍ଷରୁ ଅନ୍ୟ ସମସ୍ତ କାର୍ଯ୍ୟକ୍ରମକୁ ବାତିଲ ନିର୍ଦ୍ଦେଶ ଦିଆଯାଇଛି ।
ବୌଦ୍ଧରେ କରୋନା କଟକଣା ମଧ୍ୟରେ ଦେବ ଦେବ ମହାଦେବଙ୍କ ଶିବରାତ୍ରୀ ଆରମ୍ଭ ବୌଦ୍ଧରେ କରୋନା କଟକଣା ମଧ୍ୟରେ ଦେବ ଦେବ ମହାଦେବଙ୍କ ଶିବରାତ୍ରୀ ଆରମ୍ଭ ବୌଦ୍ଧ ଜିଲ୍ଲାର ବିଶ୍ବ ପ୍ରସିଦ୍ଧ ଗନ୍ଧରାଡିର ଚାରଶମ୍ଭୁ ଓ ରାମେଶ୍ୱର ଶୈବପୀଠ ସହିତ ଚନ୍ଦ୍ରଚୂଡ, ମାତଙ୍ଗେଶ୍ବର, କରଡି, ଧଳପୁର, ରାମଗଡ, ଅମୁର୍ଡା, ମନମୁଣ୍ଡା ଓ କଣ୍ଟାମାଳ ଅଞ୍ଚଳର ପ୍ରାଚୀନ ଶୈବପୀଠ ଗୁଡିକରେ କଟକଣାକୁ କଡାକଡି ପାଳନ କରାଯାଇଛି ।
ବୌଦ୍ଧରେ କରୋନା କଟକଣା ମଧ୍ୟରେ ଦେବ ଦେବ ମହାଦେବଙ୍କ ଶିବରାତ୍ରୀ ଆରମ୍ଭ ସେହିପରି ବୌଦ୍ଧସ୍ଥିତ ପ୍ରଜାପିତା ବ୍ରହ୍ମା କୁମାରୀ ଇଶ୍ବରୀୟ ବିଶ୍ବ ବିଦ୍ୟାଳୟ ପକ୍ଷରୁ ଶିବରାତ୍ରିର ସମସ୍ତ କାର୍ଯ୍ୟକ୍ରମ ବାତିଲ କରି ସଦସ୍ୟ ମାନେ ବିଭିନ୍ନ ବସ୍ତିକୁ ଯାଇ ବିଭୁ ବାର୍ତ୍ତା ପ୍ରଚାର କରିଥିଲେ ।
ବୌଦ୍ଧରେ କରୋନା କଟକଣା ମଧ୍ୟରେ ଦେବ ଦେବ ମହାଦେବଙ୍କ ଶିବରାତ୍ରୀ ଆରମ୍ଭ କଟକଣା ମଧ୍ୟରେ ଜାଗର ପାଳିଲେ ଶ୍ରଦ୍ଧାଳୁ ସେପଟେ ବୌଦ୍ଧ ଜିଲ୍ଲାର ଅନ୍ୟତମ ପ୍ରାଚୀନ ଶୈବପୀଠ ବାଉଁଶୁଣୀର ଭୁବନେଶ୍ୱର ମନ୍ଦିର ଠାରେ ରାଜ୍ୟ ଶ୍ରମ ମନ୍ତ୍ରୀ ସୁଶାନ୍ତ କୁମାର ସିଂ ପହଞ୍ଚି ତ୍ରିକାଳ ମହାଦେବଙ୍କ ଦର୍ଶନ କରିଥିଲେ । ଏହି ଅବସରରେ ଶ୍ରମ ମନ୍ତ୍ରୀ ଧ୍ବଂସ ପ୍ରାୟ ଅବସ୍ଥାରେ ଥିବା ଏହି ପ୍ରାଚୀନ ଶୈବପୀଠର କିଭଳି ସୁରକ୍ଷା ହୋଇପାରିବ ସେନେଇ ପାରିପାର୍ଶ୍ବିକ ଅଞ୍ଚଳ ବୁଲି ଦେଖିଥିଲେ ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ