ବୌଦ୍ଧ:ଜନ୍ମବେଦୀରେ ଲୀଳାଖେଳା ସାରି ରତ୍ନବେଦୀକୁ ଫେରିବେ ମହାବାହୁ । ୭ଦିନ ପରେ ଭାଇ ଭଉଣୀକୁ ସାଥିରେ ଧରି ଆଜି (ଶନିବାର) ବାହୁଡିବେ କଳାଠାକୁର । ଏଥିପାଇଁ ରଥ ପଥ ସବୁ ପ୍ରସ୍ତୁତ । ତେବେ ଗତକାଲି (ଶୁକ୍ରବାର) ବୌଦ୍ଧ ଜିଲ୍ଲାରେ ଆଡପ ମଣ୍ଡପରେ ଶ୍ରୀଜିଉଙ୍କ କଳକୀ ଅବତାର ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା ।
ଆଡପ ମଣ୍ଡପରେ ଶେଷ ବେଶ ଦର୍ଶନ, ଦର୍ଶନ ପାଇଁ ଜମୁଛି ଭିଡ - ଆଡପ ମଣ୍ଡପରେ ଶେଷ ବେଶ ଦର୍ଶନ
ବୌଦ୍ଧ ଜିଲ୍ଲାରେ ଆଡପ ମଣ୍ଡପରେ ଶ୍ରୀଜିଉଙ୍କ କଳକୀ ଅବତାର ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା । ଅଧିକ ପଢନ୍ତୁ

କାଳିଆ ସାଆନ୍ତଙ୍କ ଘୋଷଯାତ୍ରା ଶାନ୍ତି ଶୃଙ୍ଖଳାର ସହିତ ପାଳନ ହୋଇ ବାହୁଡା ଯାତ୍ରା ପାଇଁ ରଥ ପଥ ସବୁକିଛି ପ୍ରସ୍ତୁତ ହୋଇ ସାରିଛି । ବୌଦ୍ଧ ଜିଲ୍ଲାର ବିଭିନ୍ନ ମାଉସୀ ମା’ ମନ୍ଦିରର ଆଡପ ମଣ୍ଡପରେ ଶୁକ୍ରବାର ଶ୍ରୀଜିଉଙ୍କ ଶେଷ ବେଶ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା । ଆଡପ ମଣ୍ଡପରେ କାଳିଆ ଓ ବଳଭଦ୍ର କଳା ଧଳା ଘୋଡାରେ କଳକୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ । ବୌଦ୍ଧର ପ୍ରସିଦ୍ଧ ତଥା ସ୍ବତନ୍ତ୍ର ଘୃଣାୟମାନ ରଥ ଶ୍ରୀଜଗନ୍ନାଥ ମନ୍ଦିର ଆଡକୁ ମୋଡ କରାଯାଇଥିବା ବେଳେ ଶନିବାର ବାହୁଡା ଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇସାରିଛି । ଏହାସହ ଆଡପ ମଣ୍ଡପରେ ଶ୍ରୀଜିଉଙ୍କ ଶେଷ ବେଶ ଅବସରରେ ମଣ୍ଡପ ସମ୍ମୁଖରେ ମହିଳା ଶ୍ରଦ୍ଧାଳୁଙ୍କ ଦ୍ବାରା ରଙ୍ଗୋଲୀରେ ପ୍ରସ୍ତୁତ ରାଧାକୃଷ୍ଣ ପାଦ ଆକର୍ଷଣର କେନ୍ଦ୍ର ବିନ୍ଦୁ ରହିଥିଲା ।
ଇଟିଭି ଭାରତ, ବୌଦ୍ଧ