ବୌଦ୍ଧ: ଶେଷ ହୋଇଛି ଦଣ୍ଡ ଯାତ୍ରା । ଦଣ୍ଡ ଯାତ୍ରାର ବିଭିନ୍ନ ନିଆରା ପରମ୍ପରା ମଧ୍ୟରୁ ଶେଷ ପର୍ଯ୍ୟାୟରେ ଅନୁଷ୍ଠିତ ଦଣ୍ଡୁଆଙ୍କ ଜାତି ହେବା ନୀତି ଏକ ନିଆରା ପରମ୍ପରା ଭାବେ ପରିଲକ୍ଷିତ ହୋଇଥାଏ । ଯାହା ବୌଦ୍ଧ ସମାଜର ଭାଇଚାରକୁ ସୂଚାଇ ଥାଏ ।
ଦଣ୍ଡ ଯାତ୍ରାର ଉନ୍ମେଷ ଭୂମିରେ ଦଣ୍ଡୁଆ ତଥା ମାନସିକ ଧାରୀଙ୍କ ବ୍ରତ ଶେଷ ହୋଇଛି । ବୌଦ୍ଧ ଜିଲ୍ଲାର ବିଭିନ୍ନ ଶୈବପୀଠରେ ଗୁରୁବାର ଦିନ ପବିତ୍ର ବିଷୁବ ସଂକ୍ରାନ୍ତି ଅବସରରେ ଦଣ୍ଡ ଯାତ୍ରା ଉଦଯାପିତ ହୋଇଥିଲା । ଯାହାକୁ ମେରୁ ଯାତ୍ରା କିମ୍ବା ଝାମୁ ଯାତ୍ରା ଭାବରେ ଦଣ୍ଡୁଆ ମାନେ ପାଳନ କରିଥାନ୍ତି । ଯାତ୍ରା ଉଦଯାପିତ ହୋଇଥିଲେ ମଧ୍ୟ ଦଣ୍ଡୁଆମାନେ ଘରକୁ ପ୍ରତ୍ୟାବର୍ତ୍ତନ କରିପାରି ନଥାନ୍ତି । ତେଣୁ ମେରୁ ବା ଝାମୁ ଯାତ୍ରାରେ ଦଣ୍ଡୁଆ ଓ ମାନସିକ ଧାରୀ ଜାତି ହେବାର ପରମ୍ପରା ରହିଛି ।