ବୌଦ୍ଧ: ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ପାରିପାର୍ଶ୍ବିକ ଉନ୍ନତି କିଭଳି ହେବ ସେନେଇ ଗୁରୁବାର ଅନୁଧ୍ୟାନ କରିଛନ୍ତି ବିଧାୟକ ଓ ଜିଲ୍ଲାପାଳ । ଡାକ୍ତରଖାନା ଉପରେ 6ଟି ଜିଲ୍ଲାର ରୋଗୀ ନିର୍ଭରଶୀଳ କରୁଥିବାବେଳେ ପ୍ରତ୍ୟେକ ଦିନ 3 ଶହରୁ 4 ଶହ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟ ଡାକ୍ତରଖାନାକୁ ଆସୁଛନ୍ତି । ଫଳରେ ଟ୍ରାଫିକ ସମସ୍ୟା ଠାରୁ ଆରମ୍ଭ କରି ସମସ୍ତ ପ୍ରକାର ଆନୁସଙ୍ଗିକ ବ୍ୟବସ୍ଥାକୁ କିଭଳି ଉନ୍ନତ ମାନର କରାଯିବ ସେ ସମ୍ପର୍କରେ ଗୁରୁବାର ଡାକ୍ତରଖାନାର ବିଭିନ୍ନ ଅଞ୍ଚଳକୁ ବୁଲି ଦେଖିଛନ୍ତି ବିଧାୟକ ଓ ଜିଲ୍ଲାପାଳ।
ଜିଲ୍ଲା ମୁଖ୍ୟ ଡାକ୍ତରଖାନା ବୁଲି ଦେଖିଲେ ବିଧାୟକ ଓ ଜିଲ୍ଲାପାଳ - Development work supervision by mla and collector
ବୌଦ୍ଧ ମୁଖ୍ୟ ଡାକ୍ତରଖାନାର ଏକ ରୋଗୀ ସହାୟକ ଗୃହର ଉଦଘାଟନ ସହିତ ଆର୍ଟ ଅଫ ଲିଭିଙ୍ଗ କାର୍ଯ୍ୟକ୍ରମରେ ବିଧାୟକ ପ୍ରଦୀପ କୁମାର ଅମାତ ଓ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ପ୍ରମୁଖ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ । ଅଧିକ ପଢନ୍ତୁ...
ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ପାରିପାର୍ଶ୍ବିକ ବିକାଶ ନେଇ ଅନୁଧ୍ୟାନ କଲା ପ୍ରଶାସନ
ଥାନା ଓ ଡାକ୍ତରଖାନା ମଧ୍ୟରେ ଥିବା ରାସ୍ତାକୁ ଯାତାୟତ ପାଇଁ ନିଷେଧ କରାଯିବ ବୋଲି ସୂଚନା ମିଳିଛି। ଏହି ଅବସରରେ ଏକ ରୋଗୀ ସହାୟକ ଗୃହର ଉଦଘାଟନ ସହିତ ଆର୍ଟ ଅଫ ଲିଭିଙ୍ଗ କାର୍ଯ୍ୟକ୍ରମରେ ବିଧାୟକ ପ୍ରଦୀପ କୁମାର ଅମାତ ଓ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ପିଡି ସୂର୍ଯ୍ୟ ନାରାୟଣ ଦାସ ପ୍ରମୁଖ ଯୋଗଦେଇଥିଲେ ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ