ଓଡିଶା

odisha

ETV Bharat / state

ପଞ୍ଚାୟତ ନିର୍ବାଚନରେ ପ୍ରଭାବ ପକାଇବ ଅପହଞ୍ଚ ଇଲାକାର ବିକାଶ - ବୌଦ୍ଧ ଅଞ୍ଚଳର ବିକାଶ

ବୌଦ୍ଧ ଜିଲ୍ଲାରେ ପଞ୍ଚାୟତ ନିର୍ବାଚନ ପାଇଁ ଆଶାୟୀ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରୁଥିବା ସମୟରେ ଅପହଞ୍ଚ ଅଞ୍ଚଳର ବିକାଶ ଚଳିତ ନିର୍ବାଚନରେ ପ୍ରଭାବ ପକାଇବ ବୋଲି ସୂଚନା ମିଳିଛି । ଅଧିକ ପଢନ୍ତୁ

ପଞ୍ଚାୟତ ନିର୍ବାଚନରେ ପ୍ରଭାବ ପକାଇବ ଅପହଞ୍ଚ ଇଲାକାର ବିକାଶପଞ୍ଚାୟତ ନିର୍ବାଚନରେ ପ୍ରଭାବ ପକାଇବ ଅପହଞ୍ଚ ଇଲାକାର ବିକାଶ
ପଞ୍ଚାୟତ ନିର୍ବାଚନରେ ପ୍ରଭାବ ପକାଇବ ଅପହଞ୍ଚ ଇଲାକାର ବିକାଶ

By

Published : Jan 20, 2022, 1:54 PM IST

ବୌଦ୍ଧ: ଆସୁଛି ପଞ୍ଚାୟତ ନିର୍ବାଚନ । ହେଲେ ଆଜି ପର୍ଯ୍ୟନ୍ତ ବୌଦ୍ଧ ଜିଲ୍ଲାର ଅନେକ ଅଞ୍ଚଳରେ ବିକାଶର ପାଦ ପଡିନି । ଜିଲ୍ଲାର ତିନୋଟି ବ୍ଲକରେ ବିଭିନ୍ନ ଅପହଞ୍ଚ ଇଲାକା ରହିଥିବାବେଳେ ଏଭଳି 54 ଗୋଟି ଉପାନ୍ତ ଗ୍ରାମକୁ ଜିଲ୍ଲା ପ୍ରଶାସନ ଚିହ୍ନଟ କରିଛି । ଜିଲ୍ଲାର ହରଭଙ୍ଗା ବ୍ଲକ ଅନ୍ତର୍ଗତ ତଳଗାଁ,ମହାଲିକପଡା, ଛତରଙ୍ଗ, ଆଢେଣୀଗଡ, କୁଶଙ୍ଗ, ବୌଦ୍ଧ ବ୍ଲକର ଟିକରପଡା, ଆମ୍ବଝରୀ ଗୁନ୍ଦୁଳିଆ ଓ କଣ୍ଟାମାଳ ବ୍ଲକର ଉମା,ଲମ୍ବସରୀ, ବରଗାଁ, ନାରାୟଣପ୍ରସାଦ ଭଳି ଅନେକ ପଞ୍ଚାୟତର କେତେକ ବଣଜଙ୍ଗଲ ଘେରା ଗ୍ରାମରେ ଆଜି ପର୍ଯ୍ୟନ୍ତ ସରକାରଙ୍କ ବିକାଶର ଧାରା ପହଞ୍ଚି ପାରିନାହିଁ ।

ପଞ୍ଚାୟତ ନିର୍ବାଚନରେ ପ୍ରଭାବ ପକାଇବ ଅପହଞ୍ଚ ଇଲାକାର ବିକାଶ

ଆମ୍ବୁଲାନ୍ସ ଠାରୁ ଆରମ୍ଭ କରି ଆବାସ, ପାନୀୟଜଳ, ସାମାଜିକ ସୁରକ୍ଷା ଓ ଗମନାଗମନର ସୁବିଧା ପାଉନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ତେବେ ବର୍ତ୍ତମାନ ପୁଣିଥରେ ପଞ୍ଚାୟତ ନିର୍ବାଚନ ଆସିଥିବାରୁ ଏଭଳି ଅଞ୍ଚଳର ଗରିବ ନିରୀହ ଲୋକଙ୍କୁ ପ୍ରଭାବିତ କରି ଭୋଟ ହାତେଇଥିବା ଲକ୍ଷ୍ୟ ରେ ବିଭିନ୍ନ ଆଶାୟୀ ପ୍ରାର୍ଥୀ । ଚଳିତ ପଞ୍ଚାୟତ ନିର୍ବାଚନରେ ଉପାନ୍ତ ତଥା ଅପହଞ୍ଚ ଇଲାକାର ବିକାଶକୁ ପ୍ରମୁଖ ପ୍ରସଙ୍ଗ କରି ପୁଣି ଲୋକଙ୍କୁ ପ୍ରାର୍ଥୀ ଭୋଟ ମାଗିବେ ବୋଲି ଜଣାପଡିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details