ବୌଦ୍ଧ: ଜିଲ୍ଲାରେ ୭୭ ଜଣ ପୋଜେଟିଭ ଚିହ୍ନଟ ପରେ ମଧ୍ୟ ଅମାନିଆ ହେଉଛନ୍ତି କିଛି ଲୋକ । ଲୋକଙ୍କୁ ସତର୍କ ତଥା ସଚେତନ କରିବାକୁ ସୋମବାର ପ୍ରଶାସନ ପକ୍ଷରୁ ଏକ ସଚେତନ ରଥର ଶୁଭାରମ୍ଭ କରାଯାଇଛି । ସେପଟେ ଆଜି ସଦର ଥାନାର ୫୭ ଜଣଙ୍କ ସ୍ବାବ ସଂଗ୍ରହ କରାଯାଇଛି ।
ଧିରେ ଧିରେ କୋରୋନା କବଳିତ କରୁଛି ବୌଦ୍ଧ ଜିଲ୍ଲାକୁ । ବିଗତ ସପ୍ତାହକ ମଧ୍ୟରେ ବୌଦ୍ଧ ପୌରାଞ୍ଚଳରେ ଏହାର ପ୍ରଭାବ ଦେଖିବାକୁ ମିଳିଥିବା ବେଳେ ସ୍ଥାନୀୟ ସଂକ୍ରମଣ ପ୍ରଶାସନ ର ମୁଣ୍ଡ ବ୍ୟଥାକୁ ବଢାଇଦେଇଛି । ଜିଲ୍ଲାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୭୭ରେ ପହଞ୍ଚି ଥିବା ବେଳେ ସୋମବାର କୌଣସି ଆକ୍ରାନ୍ତ ଚିହ୍ନଟ ହୋଇନଥିବାରୁ ଆଶ୍ବସ୍ଥି ମିଳିଛି । ଜିଲ୍ଲାରେ ସାପ୍ତାହିକ ଦୁଇ ଦିନ ସଟଡାଉନ ସହିତ ପୌରାଞ୍ଚଳରେ ଆଗାମୀ ୨୬ ତାରିଖ ପର୍ଯ୍ୟନ୍ତ ଲକଡାଉନ ଜାରି ରହିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।