ବୌଦ୍ଧ: ରାସ୍ତାରେ ଗଡୁନି ଘରୋଇ କିମ୍ବା ସରକାରୀ ଯାତ୍ରୀବାହୀ ବସ । ଫଳରେ ଆଶା ଆଶଙ୍କାରେ ଯାତ୍ରୀ । ପ୍ରଥମ ଦିନରେ ଦୁଇ ତିନୋଟି ବସ ଚଳାଚଳ କରିଥିଲେ ମଧ୍ୟ ଯାତ୍ରୀ ଅଭାବରୁ ଦ୍ବିତୀୟ ଦିନରେ ବସ ଚଳାଚଳ ହୋଇପାରିନାହିଁ । ସରକାରଙ୍କ ଘୋଷଣା ପରେ ମଧ୍ୟ ରାସ୍ତାରେ ଗଡୁନି ଯାତ୍ରୀବାହୀ ବସ । ଏନେଇ ଯାତ୍ରୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗୁରୁବାର ରାଜଧାନୀରୁ ପ୍ରଥମ ବସ ଭାବରେ ମୀନାର ବସ ମାତ୍ର ବାର ଜଣ ଯାତ୍ରୀଙ୍କୁ ନେଇ ବୌଦ୍ଧ ଆସିଥିବା ବେଳେ ରାତିରେ ପାଞ୍ଚ ଜଣ ଯାତ୍ରୀଙ୍କୁ ନେଇ ଭୁବନେଶ୍ବର ଯାଇଥିଲା । ସେହିପରି ବୌଦ୍ଧ ରୁ ଅନ୍ୟ ଦୁଇଟି ଘରୋଇ ବସ ଅନୁଗୁଳ ଅଭିମୁଖେ ବାହାରି ଥିଲେ ମଧ୍ୟ ଯାତ୍ରୀ ଅଭାବରୁ ବସ ଚଳାଚଳ ରେ ସମସ୍ୟା ଦେଖାଦେଇଥିଲା ।
ସରକାରଙ୍କ ଘୋଷଣା ସତ୍ତ୍ୱେ ରାସ୍ତାରେ ଗଡୁନି ବସ - ଓଡିଶା ଘରୋଇ ବସ ସଂଘ
ବୌଦ୍ଧରୁ ଗଡୁନି ସରକାରୀ କିମ୍ବା ଘରୋଇ ବସ । ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଯାତ୍ରୀ ।
ଓଡିଶା ଘରୋଇ ବସ ସଂଘ
ଶୁକ୍ରବାର ସକାଳୁ ବୌଦ୍ଧ ବସଷ୍ଟାଣ୍ଡକୁ କୌଣସି ବସ ଆସିନଥିବାରୁ ଯାତ୍ରୀ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ସେପଟେ ବୌଦ୍ଧ ରାସ୍ତା ଦେଇ କୌଣସି ସରକାରୀ ବସ ଚଳାଚଳ ଆରମ୍ଭ କରିନାହିଁ। ତେବେ ଘରୋଇ ବସ କ୍ଷତିସହି କିଭଳି ଓ କେଉଁ ପରିସ୍ଥିତିରେ ରାସ୍ତାକୁ ଓହ୍ଲାଇବ ତାଉପରେ ସମସ୍ତଙ୍କ ନଜର ରହିଛି ।
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ