ବୌଦ୍ଧ: ଧିମେଇ ଯାଇଛି ବହୁ ପ୍ରତିକ୍ଷୀତ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ନିର୍ମାଣ କାର୍ଯ୍ୟ (Construction of khurda-balangir railway project) । ନିର୍ମାଣ କାର୍ଯ୍ୟରେ ବିଳମ୍ବ ହେଉଥିବାରୁ ତିନି ଜିଲ୍ଲାର ଅଧିବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ରେଳ ପ୍ରକଳ୍ପ କାର୍ଯ୍ୟ ଶୀଘ୍ର ତ୍ବରାନ୍ବିତ କରାନଗଲେ ଲୋକେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି (demands to expedite khurda balangir railway project) ।
ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ଏକ ଦୀର୍ଘ ଦିନର ପ୍ରକଳ୍ପ ହୋଇଥିବା ବେଳେ ବର୍ତ୍ତମାନ ଏହା କେବଳ ବଲାଙ୍ଗୀର ଓ ନୟାଗଡ଼ ଜିଲ୍ଲାର କେତେକ ଅଞ୍ଚଳକୁ ସଂଯୋଗ ହୋଇ ପାରିଛି । କିନ୍ତୁ ପ୍ରକଳ୍ପର ସର୍ବାଧିକ ରାସ୍ତା ଯାଉଥିବା ବୌଦ୍ଧ ଜିଲ୍ଲାରେ ଅଦ୍ୟାବଧି ୫୦ ପ୍ରତିଶତ କାର୍ଯ୍ୟ ମଧ୍ୟ ଆଗେଇ ପାରିନାହିଁ । ଏହାଛଡା ପୁରୁଣାକଟକଠାରୁ ବାଣୀଗୋଛା ପର୍ଯ୍ୟନ୍ତ ରେଳପଥର କୌଣସି କାର୍ଯ୍ୟ ଆଗେଇନାହିଁ । ଯାହାକୁ ନେଇ ଗଭୀର ଉଦବେଗ ପ୍ରକାଶ ପାଇଛି । ରବିବାର ବଲାଙ୍ଗୀର ରେଳ କ୍ରିୟାନୁଷ୍ଠାନ କମିଟିର ଏକ ପ୍ରତିନିଧି ମଣ୍ଡଳୀ, ବୌଦ୍ଧ ଓ ସୋନପୁର ଜିଲ୍ଲାର ପ୍ରତିନିଧି ଓ ସାମାଜିକ ସଂଗଠନର କର୍ମକର୍ତ୍ତାଙ୍କ ମଧ୍ୟରେ ଏକ ଜରୁରୀ ବୈଠକ ଆୟୋଜନ ହୋଇଥିଲା ।
ଏହା ମଧ୍ୟ ପଢ଼ନ୍ତୁ:RTI ତଥ୍ୟରୁ ବଡ ଖୁଲାସା: ଜାଣନ୍ତୁ କେବେ ସରିବ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ କାମ ?