ଓଡିଶା

odisha

By

Published : Sep 11, 2020, 8:20 AM IST

ETV Bharat / state

ବାହାର ରାଜ୍ୟକୁ ଯାଉଥିବା ଦାଦନ ଶ୍ରମିକଙ୍କ ପଞ୍ଜିକରଣ ପାଇଁ ଦାବି

ବୁଦ୍ଧିଜୀବୀମାନେ ବାହାର ରାଜ୍ୟକୁ ଯାଉଥିବା ଶ୍ରମିକଙ୍କ ପଞ୍ଜିକରଣ କରାଯିବାକୁ ପ୍ରସ୍ତାବ ଦେଇଥିବା ବେଳେ ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ସଂପାଦକ ଓମପ୍ରକାଶ ମିଶ୍ର ବୌଦ୍ଧ ଜିଲ୍ଲାପାଳଙ୍କୁ ପତ୍ର ଲେଖି ସହାୟତା ଯୋଗାଇଦେବାକୁ ଦାବି କରିଛନ୍ତି ।

ବାହାର ରାଜ୍ୟକୁ ଯାଉଥିବା ଦାଦନ ଶ୍ରମିକଙ୍କ ପଞ୍ଜିକରଣ ପାଇଁ ଦାବି
ବାହାର ରାଜ୍ୟକୁ ଯାଉଥିବା ଦାଦନ ଶ୍ରମିକଙ୍କ ପଞ୍ଜିକରଣ ପାଇଁ ଦାବି

ବୌଦ୍ଧ: ପ୍ରବାସୀ ଶ୍ରମିକ ପୁଣି କର୍ମ ଅଭିମୁଖେ ବାହାର ରାଜ୍ୟ ମୁହାଁ ହୋଇଛନ୍ତି । କିଛିଦିନ ତଳେ ଶ୍ରମିକମାନଙ୍କୁ ନେଇଯାଉଥିବା ଏକ ବସ ରାୟଗଡା ଜିଲ୍ଲାରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ସେଥିରେ ବୌଦ୍ଧ ଜିଲ୍ଲାର ଚାରି ଜଣ ଶ୍ରମିକ ଥିବା ସୂଚନା ମିଳିଛି । ସେହି ଦୁର୍ଘଟଣାରେ ଜଣେ ଶ୍ରମିକ ଆହତ ହୋଇଥିବା ବେଳେ ସମସ୍ତଙ୍କୁ ସ୍ଥାନୀୟ ଏକ ବିଦ୍ୟାଳୟରେ ସୁରକ୍ଷିତ ରଖାଯାଇଥିବା ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର କହିଛନ୍ତି । ବୁଦ୍ଧିଜୀବୀମାନେ ବାହାର ରାଜ୍ୟକୁ ଯାଉଥିବା ଶ୍ରମିକଙ୍କ ପଞ୍ଜିକରଣ କରାଯିବାକୁ ପ୍ରସ୍ତାବ ଦେଇଛନ୍ତି ।

ବାହାର ରାଜ୍ୟକୁ ଯାଉଥିବା ଦାଦନ ଶ୍ରମିକଙ୍କ ପଞ୍ଜିକରଣ ପାଇଁ ଦାବି

ଲକଡାଉନ ସମୟରେ ବାହାର ରାଜ୍ୟରେ କାମ କରୁଥିବା ଶ୍ରମିକମାନେ ନିଜ ଘରକୁ ଫେରି ଆସିଥିଲେ । ବର୍ତ୍ତମାନ ନୂଆଖାଇ ସରିଯିବା ପରେ ପୁଣି କାମ ଧନ୍ଦା ଅନ୍ବେଷଣରେ ଶ୍ରମିକମାନେ ବାହାର ରାଜ୍ୟ ମୁହାଁ ହେଲେଣି । ତେବେ ପ୍ରବାସୀ ଶ୍ରମିକଙ୍କୁ ନେଇ ଯାଉଥିବା ଏକ ବସ ରାୟଗଡା ଜିଲ୍ଲାର ଗୁମା ଘାଟିରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି । ଯେଉଁ ବସରେ ବୌଦ୍ଧ ଜିଲ୍ଲାର ଚାରିଜଣ ଦାଦନ ଶ୍ରମିକ ଥିବା ସୂଚନା ମିଳିଛି । ସେମାନଙ୍କ ମଧ୍ୟରୁ ଜଣେ ଶ୍ରମିକ ଆହତ ହୋଇଥିବା ବେଳେ ସମସ୍ତଙ୍କୁ ସ୍ଥାନୀୟ ଏକ ବିଦ୍ୟାଳୟରେ ସୁରକ୍ଷିତ ରଖାଯାଇଥିବା ବୌଦ୍ଧ ଜିଲ୍ଲାପାଳ କହିଛନ୍ତି । ଏପଟେ ବୁଦ୍ଧିଜୀବୀମାନେ ବାହାର ରାଜ୍ୟକୁ ଯାଉଥିବା ଶ୍ରମିକଙ୍କ ପଞ୍ଜିକରଣ କରାଯିବାକୁ ପ୍ରସ୍ତାବ ଦେଇଥିବା ବେଳେ ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ସଂପାଦକ ଓମପ୍ରକାଶ ମିଶ୍ର ବୌଦ୍ଧ ଜିଲ୍ଲାପାଳଙ୍କୁ ପତ୍ର ଲେଖି ସହାୟତା ଯୋଗାଇଦେବାକୁ ଦାବି କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details