ବୌଦ୍ଧ:ଜିଲ୍ଲାରେ ଉଭୟ ଜଳସେଚନ ଓ ପାନୀୟଜଳ ପାଇଁ ଲାଗିରହିଛି ସମସ୍ୟା । ଦୀର୍ଘ ଦିନରୁ ସାଲୁଙ୍ଗୀ ନଦୀରେ ଗମ୍ଭୀର ଦରହଠାରେ ଜଳସେଚନ ପ୍ରକଳ୍ପ ପାଇଁ ଦାବି କରି ଆସୁଥିଲେ ବି ପ୍ରଶାସନ କର୍ଣ୍ଣପାତ କରି ନଥିବା ଅଭିଯୋଗ ହୋଇଛି । ଯାଥାଶୀଘ୍ର ପ୍ରକଳ୍ପର ନିର୍ମାଣ ପାଇଁ ଦାବି ହୋଇଛି ।
ଉପାନ୍ତ ଅଞ୍ଚଳରେ ଜଳସେଚନ ସହିତ ପାନୀୟଜଳର ସମସ୍ୟା ବର୍ଷ ତମାମ ଲାଗି ରହୁଛି । ଏ ସମ୍ପର୍କରେ ବାରମ୍ବାର ଗୁହାରି ପରେ ମଧ୍ୟ ସୁଫଳ ନ ମିଳିବାରୁ ଅଞ୍ଚଳବାସୀ ଆନ୍ଦୋଳନ ପାଇଁ ସଜବାଜ ହେଉଛନ୍ତି । ବୌଦ୍ଧ ଜିଲ୍ଲାର ଟିକରପଡା ପଞ୍ଚାୟତ ଗୁରୁଜିମୁଣ୍ଡା ନିକଟରେ ପ୍ରବାହିତ ହେଉଛି ସାଲୁଙ୍କୀ ନଦୀ । ତେବେ ବର୍ଷ ତମାମ ଗୁରୁଜିମୁଣ୍ଡା ନିକଟରେ ଗମ୍ଭୀର ଦରହ ଠାରେ ପାଣି ଭର୍ତ୍ତି ହୋଇ ରହୁଥିଲେ ମଧ୍ୟ ଏହାର ସଦୁପଯୋଗ ହୋଇପାରୁ ନାହିଁ । ଫଳରେ ଅନେକ ଅଞ୍ଚଳରେ ବର୍ଷ ସାରା ଜଳସେଚନ ସହିତ ପାନୀୟଜଳର ସମସ୍ୟା ଲାଗି ରହୁଛି ।