ଓଡିଶା

odisha

ETV Bharat / state

କୋଭିଡ୍ କାର୍ଯ୍ୟରେ ଶିକ୍ଷକ ଓ ଅଧ୍ୟାପକଙ୍କୁ ନିଯୁକ୍ତି ଦାବି - ଶିକ୍ଷାନୁଷ୍ଠାନ

କୋରୋନା ମହାମାରୀ ଯୋଗୁଁ ରାଜ୍ୟରେ ଶିକ୍ଷାନୁଷ୍ଠାନ ଗୁଡିକ ବନ୍ଦ ରହିଛି । କୋଭିଡ୍ କାର୍ଯ୍ୟରେ ଶିକ୍ଷକ ଓ ମହାବିଦ୍ୟାଳୟର ଅଧ୍ୟାପକ ମାନଙ୍କୁ କୋଭିଡ୍ କାର୍ଯ୍ୟରେ ନିଯୁକ୍ତ କରିବାକୁ ବୁଦ୍ଧିଜୀବୀଙ୍କ ଦାବି । ଅଧିକ ପଢନ୍ତୁ...

କୋଭିଡ୍ କାର୍ଯ୍ୟରେ ଶିକ୍ଷକ ଓ ଅଧ୍ୟାପକଙ୍କୁ ନିଯୁକ୍ତି ଦାବୀ
କୋଭିଡ୍ କାର୍ଯ୍ୟରେ ଶିକ୍ଷକ ଓ ଅଧ୍ୟାପକଙ୍କୁ ନିଯୁକ୍ତି ଦାବୀ

By

Published : May 23, 2021, 6:41 PM IST

ବୌଦ୍ଧ:କୋରୋନା ମହାମାରୀ ସମୟରେ ଶିକ୍ଷାନୁଷ୍ଠାନ ଗୁଡିକ ବନ୍ଦ ହୋଇଯାଇଛି । ଆଉ ଏଭଳି ସ୍ଥିତିରେ ଶିକ୍ଷକଙ୍କୁ କୋଭିଡ୍ କାର୍ଯ୍ୟରେ ନିୟୋଜିତ ପାଇଁ ବୁଦ୍ଧିଜୀବୀ ଦାବି କରିଛନ୍ତି । ଜିଲ୍ଲାରେ ବେକାବୁ ହେବାରେ ଲାଗିଛି କୋରୋନା ସଂକ୍ରମଣ । ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆଜି ପୁଣି ରେକର୍ଡ ସଂଖ୍ୟକ 347 ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।

କୋଭିଡ୍ କାର୍ଯ୍ୟରେ ଶିକ୍ଷକ ଓ ଅଧ୍ୟାପକଙ୍କୁ ନିଯୁକ୍ତି ଦାବୀ

ଜିଲ୍ଲାର ସରସରା ଗ୍ରାମରୁ ସର୍ବାଧିକ 44 ଜଣ ପଜିଟିଭ ଚିହ୍ନଟ ହୋଇଥିବାବେଳେ ସାମାଜିକ କାର୍ଯ୍ୟକ୍ରମ ଯୋଗୁଁ ଏହି ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ତେବେ ଜିଲ୍ଲାରେ ଚିକିତ୍ସାଧିନ ଅବସ୍ଥାରେ ସରକାରୀ ସ୍ତରରେ 30 ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲେ ମଧ୍ୟ ଏହା ବହୁ ଗୁଣରେ ଅଧିକ ରହିଥିବା ଆଲୋଚନା ହେଉଛି ।

ବୌଦ୍ଧ ଜିଲ୍ଲା ରକ୍ସା ପଞ୍ଚାୟତର ସମିତି ସଭ୍ୟଙ୍କ ପୁଅ ବିଜେପି ବାଉଁଶୁଣୀ ମଣ୍ଡଳର ଯୁବନେତା ଭାବେ ବେଶ୍ ପରିଚିତ । ସେ କୋଭିଡରେ ଆକ୍ରାନ୍ତ ହୋଇ ବୌଦ୍ଧ କୋଭିଡ୍ ସେଣ୍ଟରରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଜିଲ୍ଲାର ବୌଦ୍ଧ ସହରରେ ଥିବା ଏକମାତ୍ର ଶ୍ମଶାନ ଘାଟରେ କରୋନା ମୃତକଙ୍କ ଶବଦାହ ଯୋଗୁଁ ଏଠାରେ ବିଦ୍ୟୁତ ଚୁଲ୍ଲା ତୁରନ୍ତ ସ୍ଥାପନ ପାଇଁ ରାଜ୍ୟ ଯୁବ ମୋର୍ଚ୍ଚା ସଂପାଦକ ଓମ୍ ପ୍ରକାଶ ମିଶ୍ର ଦାବି କରିଛନ୍ତି ।

ସେପଟେ ଏଭଳି ମହାମାରୀ ସମୟରେ ସମସ୍ତ ବିଦ୍ୟାଳୟ ଗୁଡିକ ବନ୍ଦ ରହିଥିବାରୁ ଶିକ୍ଷକମାନେ ଘରେ ବସିରହିଛନ୍ତି । ତେଣୁ ଶିକ୍ଷକ ଓ ମହାବିଦ୍ୟାଳୟର ଅଧ୍ୟାପକଙ୍କୁ କୋଭିଡ୍ କାର୍ଯ୍ୟରେ ନିଯୁକ୍ତ କରିବାକୁ ବୁଦ୍ଧିଜୀବୀ ଦାବି କରିଛନ୍ତି ।


ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details