ବୌଦ୍ଧ: ଜିଲ୍ଲାରେ ଏଏନଏମ ବା ସ୍ବାସ୍ଥ୍ୟ ସହାୟିକାମାନଙ୍କୁ ଚାକିରରୁ ଅନ୍ତର କରିବା ମାମଲାକୁ ତୀବ୍ର ବିରୋଧ । କୋରୋନା ମହାମାରୀ ସମୟରେ ରୋଗୀଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇଥିବା ଏଏନଏମ ଦିଦିମାନଙ୍କୁ ବର୍ତ୍ତମାନ ଚାକିରରୁ ଅନ୍ତର କରିବାକୁ ପ୍ରତିବାଦ କରି ଜିଲ୍ଲାପାଳଙ୍କ ଫେରାଦ ହୋଇଛନ୍ତି ସମସ୍ତ ସ୍ବାସ୍ଥ୍ଯକର୍ମୀ ।
ଚାକିରିରୁ ବହିସ୍କାର କରାଯାଇଥିବା ଏଏନଏମଙ୍କୁ ପୁନଃନିଯୁକ୍ତି ପାଇଁ ଦାବି ଚାକିରିରୁ ବହିଷ୍କୃତ ଏଏନଏମଙ୍କୁ ପୁନଃନିଯୁକ୍ତି ପାଇଁ ଦାବି ରାଜ୍ୟରେ ଧିରେ ଧିରେ କୋରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ବୌଦ୍ଧରେ ମଧ୍ୟ କୋରୋନା ସଂକ୍ରମିତଙ୍କ ସଂଖ୍ୟା 2 ହଜାର 650ରେ ପହଞ୍ଚିଛି । ସଂକ୍ରମଣ ସଂଖ୍ଯା ହ୍ରାସ ପାଉଥିବାରୁ ସରକାରଙ୍କ ନିଷ୍ପତ୍ତି କ୍ରମେ ସମସ୍ତ ସ୍ବାସ୍ଥ୍ୟକର୍ମୀଙ୍କୁ ଚାକିରରୁ ବହିଷ୍କାର କରିବାକୁ ନିଷ୍ପତ୍ତି ନିଆଯାଇଛି । ନିୟମ ଅନୁଯାୟୀ ବୌଦ୍ଧ କୋଭିଡ୍ ହସ୍ପିଟାଲରେ କାମ କରୁଥିବା 19 ଜଣ ସ୍ବାସ୍ଥ୍ୟକର୍ମୀଙ୍କୁ ଚାକିରିରୁ ନିବୃତ୍ତ କରାଯାଇଛି ।
ତେବେ ସରକାରଙ୍କ ଏହି ନିଷ୍ପତ୍ତିକୁ ତୀବ୍ର ବିରୋଧ କରିଛନ୍ତି ସ୍ବାସ୍ଥ୍ୟକର୍ମୀ । ପୁନଃନିଯୁକ୍ତି ଦାବିରେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ଏମାନେ । ଅନ୍ୟପଟେ ସରକାରଙ୍କ ନିର୍ଦ୍ଦେଶ ମତେ ସ୍ବାସ୍ଥ୍ୟକର୍ମଚାରୀଙ୍କୁ ଚାକିରିରୁ ବାହାର କରାଯାଇଥିବା ଜିଲ୍ଲା ସିଡିଏମଓ ତ୍ରିଲୋଚନ ପ୍ରଧାନ କହିଛନ୍ତି ।
ସୂଚନା ଅନୁଯାୟୀ ରାଜ୍ୟରେ କୋରୋନା ସଂକ୍ରମଣ ବୃଦ୍ଧି ପାଇବାରୁ ଗତ ଅପ୍ରେଲ ମାସରେ ବୌଦ୍ଧ କୋଭିଡ କେୟାର ସେଣ୍ଟରରେ ଏହି ସ୍ବାସ୍ଥ୍ୟକର୍ମୀମାନଙ୍କୁ ନିଯୁକ୍ତି କରାଯାଇଥିଲା । ପରବର୍ତ୍ତି ସମୟରେ ସରକାରଙ୍କ ନିଷ୍ପତ୍ତି କ୍ରମେ କୋଭିଡ କେୟାର ବନ୍ଦ ହୋଇଯିବାରୁ ସମସ୍ତ ସ୍ବାସ୍ଥ୍ୟ କର୍ମଚାରୀଙ୍କୁ କୋଭିଡ ହେଲଥ୍ ସେଣ୍ଟରକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ବର୍ତ୍ତମାନ କୋରୋନା ସଂକ୍ରମଣ ହ୍ରାସ ପାଇବାରୁ ସରକାରଙ୍କ ନିଷ୍ପତ୍ତିକ୍ରମେ ସମସ୍ତ ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ଚାକିରିରୁ ବହିସ୍କାର କରାଯାଇଛି ।
ବୌଦ୍ଧରୁ ସତ୍ୟରଞ୍ଜନ ପାଣି, ଇଟିଭି ଭାରତ