ଓଡିଶା

odisha

ETV Bharat / state

କିଡନୀ ରୋଗରେ ପ୍ରଭାବିତ ହରଭଙ୍ଗା ବ୍ଲକରେ ମେଗା ପାନୀୟଜଳ ପ୍ରତିଷ୍ଠା ଦାବି

ହରଭଙ୍ଗା ବ୍ଲକର ବିଭିନ୍ନ ପଞ୍ଚାୟତରେ ଏହି କିଡନୀ ରୋଗରେ 2ଶହରୁ ଉର୍ଦ୍ଧ୍ବ ରୋଗୀଙ୍କ ମୃତ୍ୟୁ ହୋଇସାରିଥିବା ବେଳେ ଆହୁରି ଶହଶହ ରୋଗୀ ମୃତ୍ୟୁ ମୁଖରେ ପଡିଛନ୍ତି । ତେବେ ଗୁରୁବାର ବୌଦ୍ଧ ଜିଲ୍ଲା ବିକାଶ ଗର୍ଜନ ସେନା ପକ୍ଷରୁ ହରଭଙ୍ଗା ବ୍ଲକରେ ଏକ ମେଗା ପାନୀୟଜଳ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଜିଲ୍ଲା ପ୍ରଶାସନକୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

By

Published : Oct 9, 2020, 1:58 PM IST

କିଡନୀ ପ୍ରଭାବିତ ହରଭଙ୍ଗା ବ୍ଲକରେ ମେଗା ପାନୀୟଜଳ ପ୍ରତିଷ୍ଠା ଦାବି
କିଡନୀ ପ୍ରଭାବିତ ହରଭଙ୍ଗା ବ୍ଲକରେ ମେଗା ପାନୀୟଜଳ ପ୍ରତିଷ୍ଠା ଦାବି କିଡନୀ ପ୍ରଭାବିତ ହରଭଙ୍ଗା ବ୍ଲକରେ ମେଗା ପାନୀୟଜଳ ପ୍ରତିଷ୍ଠା ଦାବି

ବୌଦ୍ଧ: ଜିଲ୍ଲାରେ ମହାମାରୀର ରୂପ ନେବାକୁ ବସିଛି କିଡନୀ ରୋଗ । ଶହଶହ ରୋଗୀ ଆକ୍ରାନ୍ତ ହୋଇ ପ୍ରାଣ ହରାଇସାରିଲେଣି । ଏଥିପାଇଁ ପାନୀୟଜଳ ସମସ୍ୟାକୁ ଆଶଙ୍କା କରି ଗୁରୁବାର ଏକ ମେଗା ପାନୀୟଜଳ ପ୍ରକଳ୍ପ ନିର୍ମାଣ ପାଇଁ ଜିଲ୍ଲା ପ୍ରଶାସନକୁ ଦାବିପତ୍ର ପ୍ରଦାନ କରାଯାଇଛି ।

କିଡନୀ ପ୍ରଭାବିତ ହରଭଙ୍ଗା ବ୍ଲକରେ ମେଗା ପାନୀୟଜଳ ପ୍ରତିଷ୍ଠା ଦାବି

କୋରୋନା ସମୟରେ ବିଶେଷ ଭାବରେ ପ୍ରଭାବିତ ତଥା କଷ୍ଟ ପାଇଛନ୍ତି କିଡନୀ ରୋଗୀ । ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ କିଡନୀ ରୋଗ ବର୍ତ୍ତମାନ ମହାମାରୀର ରୂପ ନେବାକୁ ବସିଥିବା ବେଳେ ଏଥିପାଇଁ ପାନୀୟଜଳ ସମସ୍ୟାକୁ ଦାୟୀ କରାଯାଇଛି । ବୌଦ୍ଧ ଜିଲ୍ଲାର କଣ୍ଟାମାଳ, ବୌଦ୍ଧ ଓ ହରଭଙ୍ଗା ବ୍ଲକର ଶହଶହ ରୋଗୀଙ୍କ ମୃତ୍ୟୁ ହୋଇଥିବାବେଳେ ଆହୁରି ଅନେକ ଏହି କିଡନୀ ଦ୍ବାରା ପ୍ରଭାବିତ ହୋଇ ଗୁରୁତର ଅବସ୍ଥାରେ ରହିଛନ୍ତି । କେବଳ ହରଭଙ୍ଗା ବ୍ଲକର ବିଭିନ୍ନ ପଞ୍ଚାୟତରେ ଏହି କିଡନୀ ରୋଗରେ 2ଶହରୁ ଉର୍ଦ୍ଧ୍ବ ରୋଗୀଙ୍କ ମୃତ୍ୟୁ ହୋଇସାରିଥିବା ବେଳେ ଆହୁରି ଶହଶହ ରୋଗୀ ମୃତ୍ୟୁ ମୁଖରେ ପଡିଛନ୍ତି ।

କିଡନୀ ପ୍ରଭାବିତ ହରଭଙ୍ଗା ବ୍ଲକରେ ମେଗା ପାନୀୟଜଳ ପ୍ରତିଷ୍ଠା ଦାବି

ତେବେ ଗୁରୁବାର ବୌଦ୍ଧ ଜିଲ୍ଲା ବିକାଶ ଗର୍ଜନ ସେନା ପକ୍ଷରୁ ହରଭଙ୍ଗା ବ୍ଲକରେ ଏକ ମେଗା ପାନୀୟଜଳ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଜିଲ୍ଲା ପ୍ରଶାସନକୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details