ଓଡିଶା

odisha

ETV Bharat / state

ଭିନ୍ନକ୍ଷମ ଜିତେନ୍ଦ୍ରଙ୍କୁ ସରକାରୀ ସହାୟତା ଯୋଗାଇବାକୁ ଦାବି

ଅସହାୟ ଅବସ୍ଥାରେ ଦୁର୍ଘଟଣାରେ ଗୁରୁତର ଆହତ ଭିନ୍ନକ୍ଷମ ଯୁବକ । ନିଜ ଭିନ୍ନକ୍ଷମ ବୃଦ୍ଧ ପିତା ଓ ବୃଦ୍ଧା ମାଙ୍କ ସେବା କରିବା ବୟସରେ ସେ ଭିନ୍ନକ୍ଷମ ପିତାମାତାଙ୍କ ଦ୍ବାରା ସେବା ଶୁଶ୍ରୁଷା ହେଉଛନ୍ତି । ଅଧିକ ପଢନ୍ତୁ

ଭିନ୍ନକ୍ଷମ ଜିତେନ୍ଦ୍ରଙ୍କୁ ସରକାରୀ ସହାୟତା ଯୋଗାଇବାକୁ ଦାବି
ଭିନ୍ନକ୍ଷମ ଜିତେନ୍ଦ୍ରଙ୍କୁ ସରକାରୀ ସହାୟତା ଯୋଗାଇବାକୁ ଦାବି

By

Published : May 10, 2022, 6:37 PM IST

ବୌଦ୍ଧ: ଅସହାୟ ଅବସ୍ଥାରେ ଦୁର୍ଘଟଣାରେ ଗୁରୁତର ଆହତ ଭିନ୍ନକ୍ଷମ ଯୁବକ । ନିଜ ଭିନ୍ନକ୍ଷମ ବୃଦ୍ଧ ପିତା ଓ ବୃଦ୍ଧା ମାଙ୍କ ସେବା କରିବା ବୟସରେ ସେ ଭିନ୍ନକ୍ଷମ ପିତାମାତାଙ୍କ ଦ୍ବାରା ସେବା ଶୁଶ୍ରୁଷା ହେଉଛନ୍ତି ।

ଭିନ୍ନକ୍ଷମ ପିତାମାତାଙ୍କ ଦ୍ବାରା ସେବା ଶୁଶ୍ରୁଷା ହେଉଛନ୍ତି ଦୁର୍ଘଟଣାରେ ଭିନ୍ନକ୍ଷମ ଯୁବପୁଅ । ଯେଉଁ ବୟସରେ ବୃଦ୍ଧ ପିତାମାତାଙ୍କ ସେବାରେ ପୁଅ ସମୟ ଦେବା କଥା ସେହି ବୟସରେ ବୃଦ୍ଧ ପିତାମାତାଙ୍କ ଦ୍ବାରା ଭିନ୍ନକ୍ଷମ ପୁଅ ସେବା ପାଉଛନ୍ତି । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ରାଧାନଗର ପଞ୍ଚାୟତ ବଡବାଗବର ଗ୍ରାମରେ । ଗ୍ରାମର ଜିତେନ୍ଦ୍ର ଦେହୁରୀ ଗତ ପ୍ରାୟ ଛ ବର୍ଷ ତଳେ ଏକ ରାସ୍ତା ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ ।

ଭିନ୍ନକ୍ଷମ ଜିତେନ୍ଦ୍ରଙ୍କୁ ସରକାରୀ ସହାୟତା ଯୋଗାଇବାକୁ ଦାବି

ଚିକିତ୍ସା ପାଇଁ ତାଙ୍କୁ ବୌଦ୍ଧ ଡାକ୍ତରଖାନାରୁ ନେଇ କଟକ ବଡ ଡାକ୍ତରଖାନା ପର୍ଯ୍ୟନ୍ତ ନିଆଯାଇଥିଲେ ମଧ୍ୟ ଅର୍ଥାଭାବରୁ ତାଙ୍କ ଚିକିତ୍ସା ହୋଇ ପାରିନଥିବା ଅଭିଯୋଗ ହୋଇଛି । ଚିକିତ୍ସା ପାଇଁ ତାଙ୍କ ସବୁକିଛି ଜମିବାଡି ବିକ୍ରି ସାରିସାରିଥିବାବେଳେ ତାଙ୍କ ନିକଟରେ ଥିବା ଵିଜୁ ସ୍ବାସ୍ଥ୍ୟ କାର୍ଡ ମଧ୍ୟ କାର୍ଯ୍ୟରେ ଲାଗୁ ନଥିବା ସୂଚନା ମିଳିଛି । ପାଖ ପଡୋଶୀଙ୍କ ସହଯୋଗରେ ବର୍ତ୍ତମାନ ଉକ୍ତ ପରିବାର ବଞ୍ଚିଥିବାବେଳେ ସରକାରୀ ସହାୟତା ଜରୁରୀ ହୋଇପଡିଛି ।

ଭିନ୍ନକ୍ଷମ ଜିତେନ୍ଦ୍ରଙ୍କୁ ସରକାରୀ ସହାୟତା ଯୋଗାଇବାକୁ ଦାବି

ସେମାନଙ୍କ ନିକଟରେ କୌଣସି ସରକାରୀ ଯୋଜନା ପହଞ୍ଚିପାରି ନଥିବାବେଳେ ତୁରନ୍ତ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଏହି ଅସହାୟ ପରିବାରକୁ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details