ଓଡିଶା

odisha

ETV Bharat / state

କଣ୍ଟାମାଳର ବିକାଶ ପାଇଁ ସବଡିଭିଜନର ମାନ୍ୟତା ଦାବି - ସବଡିଭିଜନ

ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବ୍ଲକକୁ ସବଡିଭିଜନର ମାନ୍ୟତା ପାଇଁ ଦାବି । ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ କ୍ଷେତ୍ରରେ ପଛୁଆ ଥିବା ଏହି ଅଞ୍ଚଳର ବିକାଶ ପାଇଁ ଏନଏସି ଓ ସବଡିଭିଜନର ଯଥେଷ୍ଟ ଆବଶ୍ୟକତା ରହିଛି । ଅଧିକ ପଢନ୍ତୁ...

କଣ୍ଟାମାଳ ଅଞ୍ଚଳର ବିକାଶ ପାଇଁ ସବଡିଭିଜନର ମାନ୍ୟତା ଦାବି
କଣ୍ଟାମାଳ ଅଞ୍ଚଳର ବିକାଶ ପାଇଁ ସବଡିଭିଜନର ମାନ୍ୟତା ଦାବି

By

Published : Oct 7, 2021, 1:07 PM IST

ବୌଦ୍ଧ:ସମସ୍ୟା ଘେରରେ ଛନ୍ଦି ହୋଇ ରହିଛି ଜିଲ୍ଲାର କଣ୍ଟାମାଳ ବ୍ଲକ । ବୌଦ୍ଧ ଜିଲ୍ଲାର ସବୁଠାରୁ ଏହା ବଡ ବ୍ଲକ ହୋଇଥିବା ବେଳେ ଏପର୍ଯ୍ୟନ୍ତ କିନ୍ତୁ ଏତେଟା ବିକାଶ ହୋଇନାହିଁ । ଏହି ବ୍ଲକ ଅଧିନରେ ଚବିଶ ଗୋଟି ପଞ୍ଚାୟତ ଥିବା ବେଳେ ଦୁଇଟି ଥାନା, ଦୁଇଟି ବନାଞ୍ଚଳ ସମେତ ନ୍ୟାୟାଳୟ ଭଳି ବିଧି ବ୍ୟବସ୍ଥା ମଧ୍ୟ ରହିଛି । ହେଲେ କଣ୍ଟାମାଳ ଠାରେ ସ୍ବାସ୍ଥ୍ୟ ସେବା ଓ ବିଭିନ୍ନ ଉପାନ୍ତ ଅଞ୍ଚଳକୁ ଯୋଗାଯୋଗର ବିଚ୍ଛିନ୍ନତା ବିକାଶରେ ମୁଖ୍ୟ ପ୍ରତିବନ୍ଧକ ସାଜିଛି ।

କଣ୍ଟାମାଳ ଅଞ୍ଚଳର ବିକାଶ ପାଇଁ ସବଡିଭିଜନର ମାନ୍ୟତା ଦାବି

ତେବେ କଣ୍ଟାମାଳକୁ ସବଡିଭିଜନ ଓ ଏନଏସିରେ ପରିଣତ ପାଇଁ ସମସ୍ତ ପ୍ରସ୍ତୁତି ସରିଥିଲେ ମଧ୍ୟ ତାହା କେବଳ କାଗଜପତ୍ରରେ ସୀମିତ ରହିଛି । ପ୍ରଶାସନ କ୍ଷେତ୍ରରେ ଲୋକଙ୍କୁ ସୁବିଧା ଯୋଗାଇବା ପାଇଁ ତଥା କଣ୍ଟାମାଳର ବିକାଶ ପାଇଁ ତୁରନ୍ତ ଏନଏସି ଓ କଣ୍ଟାମାଳ ବ୍ଲକକୁ ସବଡିଭିଜନର ମାନ୍ୟତା ପାଇଁ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details