ଓଡିଶା

odisha

ETV Bharat / state

ଆବାସ ଦୁର୍ନୀତିରେ ଲିପ୍ତ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ବୌଦ୍ଧ ଜିଲ୍ଲାରେ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ସହ ଅନିୟମିତତା ନେଇ କଠୋର କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ଗଭୀର ଉଦବେଗ ପ୍ରକାଶ ପାଇଛି । ଅଧିକ ପଢନ୍ତୁ...

By

Published : Jan 6, 2021, 10:01 PM IST

ଆବାସ ଦୁର୍ନୀତିରେ ଲିପ୍ତ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବୀ
ଆବାସ ଦୁର୍ନୀତିରେ ଲିପ୍ତ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବୀ

ବୌଦ୍ଧ : ଜିଲ୍ଲାର ତିନୋଟି ବ୍ଲକର ୬୯ଟି ପଞ୍ଚାୟତର ଅନେକ ଗ୍ରାମରେ ଗରିବ ଅସହାୟ ତଥା ପ୍ରକୃତ ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ହୋଇପାରୁ ନାହାଁନ୍ତି । ବୌଦ୍ଧ ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ହୋଇଥିବା ଆବାସ ଯୋଜନାରେ ଦୁର୍ନୀତି ଚଳିତ ଶତାଦ୍ଦୀର ସବୁଠାରୁ ବଡ଼ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିବା ବେଳେ ଏନେଇ ସାରା ରାଜ୍ୟରେ ଜିଲ୍ଲାକୁ ନିନ୍ଦିତ କରିଛି ।

ଆବାସ ଦୁର୍ନୀତିରେ ଲିପ୍ତ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବୀ

ମୁଣ୍ଡାପଡା ପଞ୍ଚାୟତରୁ ଆରମ୍ଭ କରି ତଳଗାଁ ପର୍ଯ୍ୟନ୍ତ ଓ ନାରାୟଣପ୍ରସାଦ ଠାରୁ ଆରମ୍ଭ କରି ଟିକରପଡା ପଞ୍ଚାୟତ ପର୍ଯ୍ୟନ୍ତ ସବୁ ସ୍ଥାନରେ ଆବାସ ଯୋଜନାରେ କେଳେଙ୍କାରୀ ବିଗତ ବର୍ଷ ତମାମ ଚର୍ଚ୍ଚାର ବିଷୟ ହୋଇ ରହିଥିଲା । କେଉଁଠି ହିତାଧିକାରୀଙ୍କ ଆବାସ ଅର୍ଥ ହଡପ ତ ଆଉ କେଉଁଠି ମୃତ ବ୍ୟକ୍ତିଙ୍କ ନାମରେ ଅର୍ଥ ହଡପ ।

ଆବାସ ଦୁର୍ନୀତିରେ ଲିପ୍ତ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବୀ

ଜିଲ୍ଲା ପ୍ରଶାସନ ଏନେଇ କଡା ଆଭିମୁଖ୍ୟ ଦେଖାଇବାକୁ ଯାଇ କିଛି ସରକାରୀ କର୍ମଚାରୀଙ୍କୁ ନୋଟିସ, ଛଟେଇ ଓ ଏପରିକି ଥାନାରେ ଏତଲା ମଧ୍ୟ ଦିଆଗଲା । କିନ୍ତୁ, ଫଳ ଶୂନ ଭଳି ମନେ ହେଉଛି । ଜିଲ୍ଲାରେ ଜାଗା ମିଶନ ଓ ଆବାସ ଯୋଜନାକୁ ନେଇ ମାନବାଧିକାର କର୍ମୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଆବାସ ଦୁର୍ନୀତିରେ ଲିପ୍ତ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବୀ
ଆବାସ ଦୁର୍ନୀତିରେ ଲିପ୍ତ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବୀ

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details