ଓଡିଶା

odisha

ETV Bharat / state

ସଂଯୋଗୀକରଣ ରାସ୍ତାକୁ ରାଜ୍ୟ ରାଜପଥ ଘୋଷଣା ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ଆଭ୍ୟନ୍ତରୀଣ ଅଞ୍ଚଳର ରାସ୍ତାକୁ ରାଜ୍ୟ ରାଜପଥର ମାନ୍ୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ।

By

Published : Oct 27, 2020, 10:36 PM IST

ସଂଯୋଗୀକରଣ ରାସ୍ତାକୁ ରାଜ୍ୟ ରାଜପଥ ଘୋଷଣା ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର
ସଂଯୋଗୀକରଣ ରାସ୍ତାକୁ ରାଜ୍ୟ ରାଜପଥ ଘୋଷଣା ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ବୌଦ୍ଧ: ଆଭ୍ୟନ୍ତରୀଣ ଅଞ୍ଚଳର ରାସ୍ତାକୁ ରାଜ୍ୟ ରାଜପଥର ମାନ୍ୟତା ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଦାବିପତ୍ର । ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ମାତାକୁପା ଘାଟି ଠାରୁ ଶଗଡା ଓ ବଘିଆପଡା ଦେଇ ବୌଦ୍ଧ ପର୍ଯ୍ୟନ୍ତ ତଥା ବୌଦ୍ଧ ଠାରୁ ଧଳପୁର, କୁଶଙ୍ଗ ଦେଇ ବାଣୀଗୋଛା ପର୍ଯ୍ୟନ୍ତ ରାସ୍ତାକୁ ରାଜ୍ୟ ରାଜପଥ ଘୋଷଣା ପାଇଁ ଆଜି ବୌଦ୍ଧ ଜିଲ୍ଲା ଗର୍ଜନ ସେନା ପକ୍ଷରୁ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନକୁ ପ୍ରଦାନ କରାଯାଇଛି ।

ସଂଯୋଗୀକରଣ ରାସ୍ତାକୁ ରାଜ୍ୟ ରାଜପଥ ଘୋଷଣା ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ମାତାକୁପା ଘାଟି କନ୍ଧମାଳ ଜିଲ୍ଲା ସହ ସିଧାସଳଖ ଯୋଡି ହୋଇଥିବା ବେଳେ ଏହା ସହ ବଲାଙ୍ଗୀର, ସୋନପୁର ଓ କଳାହାଣ୍ଡି ଜିଲ୍ଲା ପରୋକ୍ଷରେ ଯୋଡି ହୋଇଛନ୍ତି। ସେପଟେ ସ୍ବାଧୀନତା ପୂର୍ବରୁ ବୌଦ୍ଧ ଦେଇ ଯାଇଥିବା ପ୍ରାଚୀନ ଜଗନ୍ନାଥ ସଡକ ଗମନାଗମନର ପ୍ରମୁଖ ରାସ୍ତା ରହିଥିବା ବେଳେ ପରବର୍ତ୍ତୀ ସମୟରେ ଏହା ଅବହେଳିତ ହୋଇ ପଡିଥିଲା।ସେପଟେ ବୌଦ୍ଧ ଜିଲ୍ଲା ମଧ୍ୟ ଦେଇ ଏକମାତ୍ର 57 ନମ୍ବର ଜାତୀୟ ରାଜପଥକୁ ଛାଡିଦେଲେ ମନମୁଣ୍ଡାରୁ ଘଣ୍ଟାପଡା ଓ ଚାରିଛକ ଠାରୁ ହରଭଙ୍ଗା ଓ ତଳଗାଁ ରାସ୍ତା ଗମନାଗମନ ପାଇଁ ରହିଛି ।

ତେଣୁ ଏହି ପ୍ରସ୍ତାବିତ ରାସ୍ତା ରାଜ୍ୟ ରାଜପଥ ଅଧିନକୁ ଆସିଲେ ସିଧାସଳଖ ବୌଦ୍ଧ ଜିଲ୍ଲାର କୋଡିଏରୁ ଉର୍ଦ୍ଧ୍ବ ପଞ୍ଚାୟତ ସହିତ ପଡୋଶୀ ଜିଲ୍ଲା ସହ ଗମନାଗମନ ସୁବିଧା ହୋଇ ପାରିବ ବୋଲି କୁହାଯାଇଛି । ଆଜି ବୌଦ୍ଧ ଜିଲ୍ଲା ଗର୍ଜନ ସେନା ପକ୍ଷରୁ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନକୁ ପ୍ରଦାନ କରାଯାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ

ABOUT THE AUTHOR

...view details