ଓଡିଶା

odisha

By

Published : May 23, 2023, 7:48 AM IST

ETV Bharat / state

ରଙ୍ଗତୂଳୀ କଳାକାରଙ୍କ ଉପରେ ବନ କର୍ମଚାରୀଙ୍କ ଆକ୍ରମଣ ଘଟଣା, କଠୋର କାର୍ଯ୍ୟାନୁଷ୍ଠାନ ଦାବି

ରଙ୍ଗତୂଳୀ କଳାକାରମାନଙ୍କ ଉପରେ ଆକ୍ରମଣ ଅଭିଯୋଗର ତଦନ୍ତ ଦାବି । ଜିଲ୍ଲା ଏସପିଙ୍କୁ ଭେଟି ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବକୁ ରାଜ୍ୟ ରଙ୍ଗ ତୂଳୀ କଳାକାର ସଂଘ ପକ୍ଷରୁ ଦାବି । ଅଧିକ ପଢ଼ନ୍ତୁ

ରଙ୍ଗତୂଳୀ କଳାକାରମାନଙ୍କ ଉପରେ ଆକ୍ରମଣ ଅଭିଯୋଗର ତଦନ୍ତ ଦାବି
ରଙ୍ଗତୂଳୀ କଳାକାରମାନଙ୍କ ଉପରେ ଆକ୍ରମଣ ଅଭିଯୋଗର ତଦନ୍ତ ଦାବି

ରଙ୍ଗତୂଳୀ କଳାକାରମାନଙ୍କ ଉପରେ ଆକ୍ରମଣ ଅଭିଯୋଗର ତଦନ୍ତ ଦାବି

ବୌଦ୍ଧ:ବହୁବିଧ ସମସ୍ୟା ଘେରରେ ରଙ୍ଗ ତୂଳୀ ଚିତ୍ରକର । ଚିତ୍ରକରଙ୍କ ପେଟପାଟଣା ଉପରେ ଫ୍ଲେକ୍ସ ବ୍ୟାନର ଓ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଭଳି ଡିଜିଟାଲ କାର୍ଯ୍ୟ ପ୍ରଭାବ ପକାଇଛି । କାନ୍ଥ ବାଡରେ ଚିତ୍ରକରି ପରିବାର ପ୍ରତିପୋଷଣ କରୁଥିବା ଚିତ୍ରକର ବର୍ତ୍ତମାନ ଅସହାୟ ହୋଇ ପଡିଛି । ସେପଟେ ଏଭଳି ସମୟରେ ଚିତ୍ରକରଙ୍କ ଉପରେ ବନ କର୍ମଚାରୀଙ୍କ ଆକ୍ରମଣକୁ ତୀବ୍ର ବିରୋଧ କରାଯାଇଛି । ଏନେଇ ଆଜି ଚିତ୍ରକର ସଂଘ ପକ୍ଷରୁ ପୋଲିସ ଏସପିଙ୍କୁ ଭେଟି ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରାଯାଇଛି ।

ବୌଦ୍ଧ ଜିଲ୍ଲାର ରଙ୍ଗ ତୂଳୀ କଳାକାରଙ୍କ ଉପରେ ବନ ବିଭାଗର କର୍ମଚାରୀମାନେ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି । ସୂଚନା ମୁତାବକ ବୌଦ୍ଧ ଜିଲ୍ଲା ବୀରନରସିଂପୁର ଫରେଷ୍ଟ ନର୍ସରୀ ପରିସରରେ ଏକ କାନ୍ଥ ରଙ୍ଗକୁ ନେଇ କଳାକାରଙ୍କ ମଧ୍ୟରେ ମତାନ୍ତର ସୃଷ୍ଟି ହୋଇଥିଲା । ଗତ 15 ତାରିଖ ଦିନ ରଙ୍ଗ କାର୍ଯ୍ୟ କରୁଥିବା ଜନୈକ କଳାକାର ସଂଘ ବିରୋଧୀ କାର୍ଯ୍ୟ ଯୋଗୁଁ ଏଥିପାଇଁ ତାଙ୍କୁ ସଂଘର କର୍ମକର୍ତ୍ତା ଅନୀଲ ସ୍ବାଇଁ, ଅହଲ୍ଲାଦ ଠାକୁର ଓ ରମାକାନ୍ତ ବେହେରା ବାରଣ କରିଥିଲେ । ଏହି ସମୟରେ ଉକ୍ତ ତିନି ଜଣ ରଙ୍ଗ କଳାକାରଙ୍କୁ ନର୍ସରୀ ଦାୟିତ୍ୱରେ ଥିବା ଫରେଷ୍ଟର, ଗାର୍ଡ ଓ ଅନ୍ୟାନ୍ୟ କର୍ମଚାରୀଙ୍କ ସମେତ 12ରୁ 15 ଜଣ ବ୍ୟକ୍ତି ଘେରିଯାଇ ମାଡ ମାରିଥିବା ଅଭିଯୋଗ ହୋଇଛି ।

ଏଭଳି ଘଟଣା ପରେ ଓଲଟା ବନ କର୍ମଚାରୀମାନେ ବୌଦ୍ଧ ଆଦର୍ଶ ଥାନାରେ ଆଗୁଆ ଏତଲା ପ୍ରଦାନ ପରେ କଳାକାରଙ୍କ ପକ୍ଷରୁ ମଧ୍ୟ ଏତଲା ପ୍ରଦାନ କରାଯାଇଥିଲା । ଘଟଣାକୁ ନେଇ ପୋଲିସର ଭୂମିକା ଉପରେ କଳାକାରମାନେ ସନ୍ଦେହ ପ୍ରକାଶ କରିଛନ୍ତି । ବନ ବିଭାଗର ଚାପରେ ପୋଲିସ ଓଲଟା ଏକତରଫା କଳାକାର ସଂଘର ଜିଲ୍ଲା ସଭାପତିଙ୍କ ନାଁରେ ମିଥ୍ୟା କେସ କରିଥିବା ଅଭିଯୋଗ ହୋଇଛି ।

ସୋମବାର ଏହି ଘଟଣାକୁ ନେଇ ଜିଲ୍ଲା ତଥା ରାଜ୍ୟ ରଙ୍ଗ ତୂଳୀ କଳାକାର ସଂଘର ଶତାଧିକ ସଦସ୍ୟ ଓ କର୍ମକର୍ତ୍ତା ଏକ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । କଳାକାର ସଂଘର ଜିଲ୍ଲା ସଭାପତିଙ୍କ ଉପରେ ହୋଇଥିବା ଆକ୍ରମଣକୁ ତୀବ୍ର ନିନ୍ଦା କରାଯାଇଥିବା ବେଳେ ଆକ୍ରମଣକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି । ବୌଦ୍ଧର ମାତଙ୍ଗେଶ୍ବର ମନ୍ଦିରଠାରୁ ପୋଲିସ ଏସପିଙ୍କ ଅଫିସ ପର୍ଯ୍ୟନ୍ତ ଏକ ବିକ୍ଷୋଭ ଶୋଭାଯାତ୍ରାରେ କଳାକାରମାନେ ପହଞ୍ଚିବା ସହିତ ଏନେଇ ଏକ ଦାବିପତ୍ର ଏସପିଙ୍କୁ ପ୍ରଦାନ କରିଥିଲେ । ଏସପି ରାଜ ପ୍ରସାଦ ଏନେଇ ତଦନ୍ତ ପରେ ପଦକ୍ଷେପ ଗ୍ରହଣ ପାଇଁ ପ୍ରତିଶ୍ରୁତି ଦେବା ପରେ ବିକ୍ଷୋଭ ଶାନ୍ତ ପଡିଥିଲା ।

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details