ଓଡିଶା

odisha

ETV Bharat / state

ମହିମା ଉପାସନା ପୀଠ ଭଙ୍ଗାଯିବା ଘଟଣା, ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ - ମହିମା ଉପାସନା ପୀଠ ଭଙ୍ଗା ଘଟଣାର ପ୍ରତିବାଦ

ମହିମା ଉପାସନା ପୀଠ ଭଙ୍ଗାଯିବା ଘଟଣା । ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ । ମହିମା ଗାଦିରେ ଉପାସନା ପୀଠ ଭଙ୍ଗା ଘଟଣାକୁ ନେଇ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ କୌପନୀଧାରୀ ମହିମା ସମାଜ ପକ୍ଷରୁ ପାଞ୍ଚ ଦଫା ଦାବିପତ୍ର ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ

ମହିମା ଉପାସନା ପୀଠ ଭଙ୍ଗା ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର
ମହିମା ଉପାସନା ପୀଠ ଭଙ୍ଗା ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

By

Published : Dec 9, 2022, 10:47 PM IST

ବୌଦ୍ଧ:ମହିମା ଉପାସନା ପୀଠ ଭଙ୍ଗାଯିବା ଘଟଣା । ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ । ମହିମା ଗାଦିରେ ଉପାସନା ପୀଠ ଭଙ୍ଗା ଘଟଣାକୁ ନେଇ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ କୌପନୀଧାରୀ ମହିମା ସମାଜ ପକ୍ଷରୁ ପାଞ୍ଚ ଦଫା ଦାବିପତ୍ର ପ୍ରଦାନ କରାଯାଇଛି । ଯୋରନ୍ଦା ମହିମା ଗାଦିରେ ଶତାଧିକ ବର୍ଷରୁ ଥିବା କେତୋଟି ଉପାସନା ପୀଠକୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଗତ 22 ତାରିଖରେ ଭାଙ୍ଗି ଦିଆଯିବାକୁ ନିର୍ଦ୍ଦେଶ ରହିଛି । ଏନେଇ ମହିମା ଧର୍ମାବଲମ୍ବୀଙ୍କ ପକ୍ଷରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ମହିମା ଉପାସନା ପୀଠ ଭଙ୍ଗା ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ଆଜି(ବୁଧବାର) ମହିମା ଧର୍ମର ଉନ୍ମେଷ ଭୂମି ଭାବରେ ପରିଚିତ ବୌଦ୍ଧ ଜିଲ୍ଲାରେ ଶତାଧିକ କୌପନୀଧାରୀ ମହିମା ଧର୍ମର ସାଧୁ ଏନେଇ ଦୃଢ ପ୍ରତିବାଦ କରିଛନ୍ତି । ସେମାନେ ଉକ୍ତ ଉପାସନା ପୀଠ ଭଙ୍ଗା ଘଟଣାର ଉପଯୁକ୍ତ ବିଚାର ପାଇଁ ଦାବି କରିବା ସହିତ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର କରିଛନ୍ତି । ସେମାନଙ୍କ ଦାବି ଅନୁଯାୟୀ ମହିମା ଗାଦିର ଭାଙ୍ଗି ଦିଆଯାଇଥିବା ବତୀ ମନ୍ଦିର, ଧୁନି ମନ୍ଦିର, ଭେକ ମନ୍ଦିରର ପୁନଃ ନିର୍ମାଣ କରାଯାଉ ।

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details