ବୌଦ୍ଧ: ବ୍ଲକ ଏଏନଏମ କର୍ମଚାରୀଙ୍କୁ ଛଟେଇ ପ୍ରତିବାଦରେ ବିକ୍ଷୋଭ । ବୌଦ୍ଧ ଜିଲ୍ଲାର ବିଭିନ୍ନ କୋଭିଡ କେନ୍ଦ୍ରରେ ନିଯୁକ୍ତ ସ୍ବାସ୍ଥ୍ୟକର୍ମୀଙ୍କ ଛଟେଇକୁ ନେଇ ସ୍ବାସ୍ଥ୍ୟକର୍ମୀମାନେ ଜୋରଦାର ବିରୋଧ କରିଛନ୍ତି। ଏପରିକି ତାଙ୍କୁ ଗତ ତିନି ମାସର ବକେୟା ଦରମା ଦିଆଯାଇ ନଥିବା ଅଭିଯୋଗ ହୋଇଛି । ଏନେଇ ଛଟେଇ କର୍ମଚାରୀମାନେ ସିଡିଏମଓ, ଡିପିଏମ ଓ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ।
ଛଟେଇ ଏଏନଏମଙ୍କ ପୁନଃନିଯୁକ୍ତି ଓ ବକେୟା ପ୍ରାପ୍ୟ ପ୍ରଦାନ ପାଇଁ ଦାବି - ବୌଦ୍ଧରେ ସ୍ବାସ୍ଥ୍ୟକର୍ମୀଙ୍କ ପୁନଃ ନିଯୁକ୍ତି ଦାବି
ବୌଦ୍ଧ ଜିଲ୍ଲାର ବ୍ଲକ ଏଏନଏମ କର୍ମଚାରୀଙ୍କୁ ଛଟେଇ ପ୍ରତିବାଦରେ କର୍ମଚାରୀଙ୍କ ଜୋରଦାର ବିକ୍ଷୋଭ । ଅଧିକ ପଢନ୍ତୁ...
ସୂଚନାଯୋଗ୍ୟ, ଜିଲ୍ଲାର ବିଭିନ୍ନ ସ୍ବାସ୍ଥ୍ୟ କେନ୍ଦ୍ର ଓ ଅନ୍ୟ କେତେକ ସ୍ଥାନରେ ହୋଇଥିବା କୋଭିଡ କେନ୍ଦ୍ର ପାଇଁ ଏଏନଏମ ନିଯୁକ୍ତି ପାଇଥିଲେ । ତେବେ ଏହି ଚୁକ୍ତିଭିତ୍ତିକ ନିଯୁକ୍ତି ଆସନ୍ତା 31 ପର୍ଯ୍ୟନ୍ତ ଦିଆଯାଇଥିବା ବେଳେ ଏବେ ଏହି କର୍ମଚାରୀଙ୍କୁ ଛଟେଇ କରି ଦିଆଯାଇଛି । ଏପରିକି ସେମାନଙ୍କୁ ଗତ ତିନି ମାସର ବକେୟା ଦରମା ପ୍ରଦାନ କରାଯାଇ ନାହିଁ । ଏନେଇ ମଙ୍ଗଳବାର ଏଏନଏମ କର୍ମଚାରୀମାନେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଡିପିଏମ ଓ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ ସହିତ ପୁନଃ ନିଯୁକ୍ତି ପାଇଁ ଦାବିପତ୍ର ପ୍ରଦାନ କରିଥିଲେ ।
ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ