ଓଡିଶା

odisha

ETV Bharat / state

ମେଡିକାଲ କଲେଜ ସ୍ଥାପନ ପାଇଁ ଦାବି - boudha news

ବୌଦ୍ଧରେ ମେଡିକାଲ କଲେଜ ସ୍ଥାପନା ପାଇଁ ଜିଲ୍ଲା ଡାକ୍ତରଖାନା ସମ୍ମୁଖରେ ଧାରଣା । ଅଧିକ ଖବର ପଢନ୍ତୁ...

ବୌଦ୍ଧଠାରେ ମେଡିକାଲ କଲେଜ ସ୍ଥାପନ ପାଇଁ ଜୋର ଧରିଲା ଦାବି

By

Published : Oct 15, 2019, 7:30 PM IST

ବୌଦ୍ଧ: ଭାରତୀୟ କିଷାନ ସଂଘ ପକ୍ଷରୁ ବୌଦ୍ଧ ଜିଲ୍ଲା ଡାକ୍ତରଖାନା ସମ୍ମୁଖରେ ଧାରଣା । ବିଭିନ୍ନ ଦାବି ନେଇ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଘେରିବାକୁ ଚେଷ୍ଟା କରାଯାଇଛି।

ବୌଦ୍ଧଠାରେ ମେଡିକାଲ କଲେଜ ସ୍ଥାପନ ପାଇଁ ଜୋର ଧରିଲା ଦାବି

ମଙ୍ଗଳବାର ଭାରତୀୟ କିଷାନ ସଂଘ ବୌଦ୍ଧ ଠାରେ ଏକ ମେଡିକାଲ କଲେଜ ସ୍ଥାପନ ସହିତ ଯନ୍ତ୍ରପାତିର ବ୍ୟବହାର ଓ କିଡନୀ ପ୍ରପୀଡ଼ିତ ଲୋକଙ୍କ ଚିକିତ୍ସା ଦାବି କରିଛି । ଏହି ଧାରଣାରେ ସଂଘର ଶତାଧିକ ମହିଳା ଓ ପୁରୁଷ ସାମିଲ ହୋଇ ଅଞ୍ଚଳର ଦାବିକୁ ଉପସ୍ଥାପନ କରିଛନ୍ତି ।

‘5T’ ଓ 'ମୋ ସରକାର' କାର୍ଯ୍ୟକ୍ରମକୁ ଲୋକଦେଖାଣିଆ ନକରି ପ୍ରକୃତରେ ପିଡୀତଙ୍କ ସେବା ପାଇଁ ଆଗେଇ ଆସିବାକୁ ସଂଘ ପକ୍ଷରୁ କୁହାଯାଇଛି । ଆଉ ଯଦି ଆଗାମୀ ମାସେ ମଧ୍ୟରେ ବିଭିନ୍ନ ଦାବି ଗୁଡ଼ିକର ସମାଧାନ କରାନଯାଏ ତେବେ ବାଧ୍ୟ ହୋଇ ସଂଘ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details