ଓଡିଶା

odisha

ETV Bharat / state

ଜନ୍ମ ଜୟନ୍ତୀରେ ବିଜୁ ବାବୁଙ୍କୁ ମରଣୋତ୍ତର ଭାରତରତ୍ନ ପ୍ରଦାନ ପାଇଁ ଦାବି - ବୌଦ୍ଧରେ ବିଜୁ ବାବୁଙ୍କୁ ମରଣୋତ୍ତର ଭାରତରତ୍ନ ପ୍ରଦା ଦାବି

ଜନ୍ମ ଜୟନ୍ତୀରେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କୁ ମରଣୋତ୍ତର ଭାରତ ରତ୍ନ ପ୍ରଦାନ ପାଇଁ ଦାବି ଜଣାଇଲେ ପୂର୍ବତନ ବିଧାୟକ ତଥା ପୂର୍ବତନ ବିରୋଧୀ ଦଳ ନେତା ସଚ୍ଚିଦାନନ୍ଦ ଦଲାଲ । ଅଧିକ ପଢନ୍ତୁ..

ଜନ୍ମ ଜୟନ୍ତୀରେ ବିଜୁ ବାବୁଙ୍କୁ ମରଣୋତ୍ତର ଭାରତରତ୍ନ ପ୍ରଦାନ ପାଇଁ ଦାବି
ଜନ୍ମ ଜୟନ୍ତୀରେ ବିଜୁ ବାବୁଙ୍କୁ ମରଣୋତ୍ତର ଭାରତରତ୍ନ ପ୍ରଦାନ ପାଇଁ ଦାବି

By

Published : Mar 5, 2021, 10:55 PM IST

ବୌଦ୍ଧ : ପ୍ରବାଦ ପୁରୁଷ ତଥା ଆଧୁନିକ ଓଡିଶାର ନିର୍ମାତା ବିଜୁ ପଟ୍ଟନାୟକଙ୍କୁ ଦଳଗତ ନିର୍ବିଶେଷରେ ସମସ୍ତେ ସ୍ମରଣ କରିଛନ୍ତି । ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଜୁ ବାବୁଙ୍କୁ ଜିଲ୍ଲାର ନିର୍ମାତା ଭାବରେ ସ୍ମରଣ କରାଯାଇଛି ।

ଜନ୍ମ ଜୟନ୍ତୀରେ ବିଜୁ ବାବୁଙ୍କୁ ମରଣୋତ୍ତର ଭାରତରତ୍ନ ପ୍ରଦାନ ପାଇଁ ଦାବି

ବିଜୁବାବୁ ମହିଳାଙ୍କୁ ରାଜନୀତିରେ ସଂରକ୍ଷଣ ବ୍ୟବସ୍ଥା ଠାରୁ ଆରମ୍ଭ କରି ତ୍ରିସ୍ତରୀୟ ପଞ୍ଚାୟତ ରାଜ ବ୍ୟବସ୍ଥା ପର୍ଯ୍ୟନ୍ତ ଯେଉଁ ପଦକ୍ଷେପ ଗ୍ରହଣ କରିଥିଲେ ତାହା ତାଙ୍କୁ ଅମର କରି ରଖିବ । ତେବେ ବିଜୁ ବାବୁଙ୍କ ବୌଦ୍ଧ ଜିଲ୍ଲା ପ୍ରତି ରହିଥିଲା ସ୍ବତନ୍ତ୍ର ଆକର୍ଷଣ । ବୌଦ୍ଧକୁ ଏକ ସ୍ବତନ୍ତ୍ର ଜିଲ୍ଲା ପ୍ରଦାନ ସହ ବିଜୁ ବାବୁଙ୍କ ବାଘନଦୀ କୂଳରେ ଅବସ୍ଥିତ ବାଉଁଶୁଣୀ ଡାକ ବଙ୍ଗଳା ପ୍ରତି ଅହେତୁକ ଦୁର୍ବଳତା ରହିଥିଲା ।

ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଉକ୍ତ ବଙ୍ଗଳା ସହ ତେଲିବନ୍ଧ ଓ ବୌଦ୍ଧର ବଙ୍ଗଳା ମଧ୍ୟ ବିଜୁ ବାବୁଙ୍କ ଅନ୍ୟତମ ପ୍ରିୟ ବଙ୍ଗଳା ଥିଲା । ତେବେ ଏହି ବଙ୍ଗଳା ଗୁଡିକ ଅବହେଳିତ ଅବସ୍ଥାରେ ପଡି ରହିଛି ।

ଆଜି ସେହି ପ୍ରବାଦ ପୁରୁଷଙ୍କ ଜନ୍ମ ଜୟନ୍ତୀରେ 1961 ମସିହାରୁ ତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ ନିକଟତର ଥିବା ବୌଦ୍ଧର ପୂର୍ବତନ ବିଧାୟକ ବିଜୁ ବାବୁଙ୍କୁ ସ୍ମରଣ କରି ବିଜୁ ବାବୁଙ୍କୁ କୌଣସି ରାଜନୈତିକ ଦଳରେ ସୀମିତ ନରଖିବାକୁ ମତ ପ୍ରକାଶ କରିଛନ୍ତି । ଏଥିସହିତ ଏହି ମହାନ ଜନ ନାୟକଙ୍କୁ ମରଣୋତ୍ତର ଭାବରେ ଭାରତ ରତ୍ନ ପ୍ରଦାନ କରାଯିବାକୁ ଦଲାଲ ଇଟିଭି ଭାରତ ମାଧ୍ୟମରେ ଦାବି କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details