ଓଡିଶା

odisha

ନିର୍ମାଣ ଅବଧି ଶେଷ, ସମ୍ପୂର୍ଣ୍ଣ ହେଉନି ବୌଦ୍ଧ ମହାନଦୀ ସେତୁ

By

Published : Jul 20, 2020, 4:37 PM IST

ବୌଦ୍ଧ ଜିଲ୍ଲାର ଧଳପୁରରୁ ଅନୁଗୁଳ ଜିଲ୍ଲାର ଆଠମଲ୍ଲିକକୁ ସଂଯୋଗ ପାଇଁ ମହାନଦୀରେ ସେତୁ ନିର୍ମାଣ ହେଉଛି । ୨୦୧୬ ମସିହାରୁ କାର୍ଯ୍ୟ ଆରମ୍ଭ ହୋଇ ୨୦୧୯ ରେ ସମ୍ପୂର୍ଣ୍ଣ ହେବାନେଇ ସମୟ ଧାର୍ଯ୍ୟ ହୋଇଥିଲା ।

Delays in Boudh-Anugul Madanadi bridge construction
ନିର୍ମାଣ ଅବଧି ଶେଷ, ସମ୍ପୂର୍ଣ୍ଣ ହେଉନି ବୌଦ୍ଧ ମହାନଦୀ ସେତୁ

ବୌଦ୍ଧ: ଦୀର୍ଘ ଦିନର ଦାବି ପରେ ମହାନଦୀ ଉପରେ ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ମାତ୍ର ଏକାଧିକ ଥର ନିର୍ମାଣ ଅବଧି ଶେଷ ହେଉଥିଲେ ସମ୍ପୂର୍ଣ୍ଣ ହୋଇପାରୁନି କାର୍ଯ୍ୟ । ମନ୍ଥର ଗତିରେ ସେତୁ ନିର୍ମାଣ ଓ କାର୍ଯ୍ୟରେ ଅହେତୁକ ବିଳମ୍ବକୁ ନେଇ ଅସନ୍ତୋଷ ପ୍ରକାଶ କଲେଣି ସ୍ଥାନୀୟ ବାସିନ୍ଦା ।

ନିର୍ମାଣ ଅବଧି ଶେଷ, ସମ୍ପୂର୍ଣ୍ଣ ହେଉନି ବୌଦ୍ଧ ମହାନଦୀ ସେତୁ

ବୌଦ୍ଧ ଜିଲ୍ଲାର ଧଳପୁରରୁ ଅନୁଗୁଳ ଜିଲ୍ଲାର ଆଠମଲ୍ଲିକକୁ ସଂଯୋଗ ପାଇଁ ମହାନଦୀରେ ସେତୁ ନିର୍ମାଣ ହେଉଛି । ଏହି ସେତୁ ମଧ୍ୟ ଓଡିଶା ସହ ଦକ୍ଷିଣ ଓଡିଶାକୁ ସଂଯୋଗ କରିବ । ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳାନ୍ୟାସ କରିଥିଲେ । ୨୦୧୬ ମସିହାରୁ କାର୍ଯ୍ୟ ଆରମ୍ଭ ହୋଇ ୨୦୧୯ ରେ ସମ୍ପୂର୍ଣ୍ଣ ହେବାନେଇ ସମୟ ଧାର୍ଯ୍ୟ ହୋଇଥିଲା ।

ଏକାଧିକ ଥର ନିର୍ମାଣ ଅବଧି ଶେଷ ହେଇଥିଲେ ମଧ୍ୟ କାର୍ଯ୍ୟ ଶେଷ ହୋଇପାରୁନାହିଁ । ମହାନଦୀରେ ବିଭିନ୍ନ ସମୟରେ ବନ୍ୟାଜଳ ଆସିବା ତଥା ବର୍ତ୍ତମାନ କରୋନା ଯୋଗୁଁ ନିର୍ମାଣ କାର୍ଯ୍ୟ ବିଳମ୍ବ ହେଉଥିବା ଠିକାସଂସ୍ଥା ପକ୍ଷରୁ ସଫେଇ ଦିଆଯାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details