ଓଡିଶା

odisha

ମଣ୍ଡି ଅଭାବରୁ ହନ୍ତସନ୍ତ କପା ଚାଷୀ

By

Published : Dec 12, 2019, 6:57 AM IST

ଜିଲ୍ଲାରେ ମଣ୍ଡି ନଥିବାରୁ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଛନ୍ତି କପା ଚାଷୀ । ଏପଟେ କୃଷି ବିଭାଗ ଟାର୍ଗେଟର କଥା ଦୋହରାଇ ଅସହାୟ ହୋଇ ହାତ ଟେକି ଦେଇଛି ।

cotton farming, boudh cotton farming issues, boudh cotton farmers, ବୌଦ୍ଧର ଅଭାବୀ କପାଚାଷୀ, ବୌଦ୍ଧ କପାଚାଷ, କପାଚାଷ
ମଣ୍ଡି ଅଭାବରୁ ହନ୍ତସନ୍ତ କପା ଚାଷୀ

ବୌଦ୍ଧ: ଜିଲ୍ଲାରେ ମଣ୍ଡି ନଥିବାରୁ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଛନ୍ତି କପା ଚାଷୀ । ଏପଟେ କୃଷି ବିଭାଗ ଟାର୍ଗେଟର କଥା ଦୋହରାଇ ଅସହାୟ ହୋଇ ହାତ ଟେକି ଦେଇଛି । ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ଏବେ କପା ଅମଳ ଆରମ୍ଭ ହୋଇଯାଇଛି । ବିଶେଷ ଭାବରେ କଣ୍ଟାମାଳ ଓ ବୌଦ୍ଧ ବ୍ଲକର ବିଭିନ୍ନ ପଞ୍ଚାୟତରେ ଚଳିତ ବର୍ଷ ପ୍ରଚୁର ପରିମାଣରେ କପା ଚାଷ ହୋଇଛି । ହେଲେ ଦୁଃଖର କଥା କି ଚାଷୀଙ୍କୁ ପାରିଶ୍ତରମିକ ଯୋଗାଇବା ପାଇଁ ନାହିଁ ଆବଶ୍ୟକ ପରିମାଣର ମଣ୍ଡି ।

ମଣ୍ଡି ଅଭାବରୁ ହନ୍ତସନ୍ତ କପା ଚାଷୀ

ବୌଦ୍ଧ ଜିଲ୍ଲାରେ କପା ମଣ୍ଡି ନଥିବାରୁ ଗତ ବର୍ଷ ବୀରମହାରାଜପୁରଠାରେ ଥିବା କପା ମଣ୍ଡିରେ କପା କପା ବିକ୍ରି କରିଥିଲେ ଚାଷୀ । କିନ୍ତୁ ଚଳିତ ବର୍ଷ ଏହି ମଣ୍ଡି ଖୋଲି ନଥିବାରୁ ବୌଦ୍ଧ ଜିଲ୍ଲାର କପା ଚାଷୀ ପ୍ରାୟ ଶହେରୁ ଉର୍ଦ୍ଧ୍ବ କିଲୋମିଟର ଦୂର କଣ୍ଟାବାଞ୍ଜି କିମ୍ବା ବଲାଙ୍ଗୀର କପା ମଣ୍ଡିରେ ନିଜସ୍ବ ଖର୍ଚ୍ଚରେ କପା ବିକିବାକୁ କୃଷି ବିଭାଗ ଜଣାଇଛି । ଲାଭଜନକ ଚାଷ ବୋଲି କପା ଚାଷକୁ ଆପଣାଇଥିବା ଚାଷୀ ଏବେ କପା ପରିବହନ ଖର୍ଚ୍ଚ ଘୋଡା ଛ’ ଟଙ୍କାକୁ ଦାନା ନ’ ଟଙ୍କା ହିସାବ ପରି ।

ଏପଟେ ଖୁଲମଖୁଲା ଦଲାଲ ସକ୍ରିୟ ହୋଇ ଚାଷୀଙ୍କଠାରୁ ପ୍ରାୟ ଅଧା ଦାମରେ କପା ସଂଗ୍ରହ କରି ଚାଷୀକୁ ଶୋଷଣ କରୁଥିବା ଅଭିଯୋଗ ହୋଇଛି । ଏପରିକି ଦଲାଲମାନେ କପା ସଂଗ୍ରହ ପାଇଁ କୋମଳମତି ଶିଶୁଙ୍କୁ ଶ୍ରମ କାର୍ଯ୍ୟରେ ନିୟୋଜିତ କରୁଛନ୍ତି । ସେପଟେ କୃଷି ବିଭାଗ ଜିଲ୍ଲାରେ ଅମଳ କପା ଟାର୍ଗେଟ ପୂରଣ ହେଉନଥିବା କହି ହାତ ଟେକି ଦେଇଛି ।

ଏଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details