ବୌଦ୍ଧ: ଜନସଚେତନତା ଅଭାବରୁ ଜିଲ୍ଲାରେ ବୃଦ୍ଧି ପାଉଛି ସର୍ପାଘାତ ଜନିତ ମୃତ୍ୟୁ ସଂଖ୍ୟା । ବର୍ତ୍ତମାନ ବର୍ଷା ଦିନ ଥିବାରୁ ଏହି ସମୟରେ ହିଁ ବିଭିନ୍ନ ନଦୀକୂଳିଆ ସ୍ଥାନ, ଚାଷଜମି, ସନ୍ତସନ୍ତିଆ ସ୍ଥାନରେ ଏପରିକି ଜଙ୍ଗଲରେ ନିଆଁ ଯୋଗୁଁ ବିଭିନ୍ନ ପ୍ରଜାତିର ସାପ ବୁଲୁଛନ୍ତି । ଫଳରେ ଗ୍ରାମାଞ୍ଚଳରେ ଅଧିକ ସର୍ପାଘାତର ଘଟଣା ସମ୍ମାକୁ ଆସୁଛି । ବୌଦ୍ଧ ଜିଲ୍ଲାରେ କେବଳ ଚଳିତ ବର୍ଷ ମଧ୍ୟରେ ସରକାରୀ ତଥ୍ୟ ଅନୁଯାଇ ୭୦ରୁ ଊର୍ଦ୍ଧ୍ବ ସର୍ପାଘାତ ଘଟଣା ସମ୍ପର୍କରେ ସୂଚନା ଥିବା ବେଳେ ୨୩ ଜଣଙ୍କ ମୃତ୍ୟୁ ଘଟି ସାରିଲାଣି ।
ସେପଟେ କଣ୍ଟାମାଳ, ମନମୁଣ୍ଡା ଅଞ୍ଚଳର ଅଧିକାଂଶ ରୋଗୀ ପଡୋଶୀ ସୋନପୁର ଜିଲ୍ଲାରେ ମୃତ୍ୟୁ ବରଣ କରୁଥିବାରୁ ତାର ତଥ୍ୟ ଉପଲବ୍ଧ ନାହିଁ । ତେବେ ସର୍ପାଘାତରେ ମୃତ୍ୟୁ ପାଇଁ ବିଶେଷ ଭାବରେ ଜନସଚେତନତାର ଅଭାବ ବୋଲି ଜଣାପଡିଛି । କାରଣ ସାପ କାମୁଡିବା ପରେ ରୋଗୀକୁ ଡାକ୍ତରଖାନା ନିଆନଯାଇ ଝଡା ଫୁଙ୍କା, ତନ୍ତ୍ର ମନ୍ତ୍ର ଭରସାରେ ଛାଡି ଦିଆଯାଉଛି । ଫଳରେ ଚିକିତ୍ସାରେ ବିଳମ୍ବ ଯୋଗୁଁ ଏଭଳି ରୋଗୀଙ୍କ ମୃତ୍ୟୁ ଘଟୁଛି ।