ବୌଦ୍ଧ: ବିଭିନ୍ନ ଜଙ୍ଗଲରେ ଅସୁରକ୍ଷିତ ବନ୍ୟଜନ୍ତୁ । ବୌଦ୍ଧ ବନଖଣ୍ଡ ଅଧିନରେ ଥିବା ବିଭିନ୍ନ ଜଙ୍ଗଲରେ ବନ୍ୟଜନ୍ତୁଙ୍କ ଅବାଧରେ ଶୀକାର ପରିବେଶ ପ୍ରେମୀଙ୍କୁ ଚିନ୍ତିତ କରିଛି । ଗତ ତିନି ଦିନ ପୂର୍ବରୁ ବୌଦ୍ଧ ବନଖଣ୍ଡ ଅନ୍ତର୍ଗତ ପୁରୁଣାକଟକ ବନାଞ୍ଚଳର ଜଙ୍ଗଲ କର୍ମଚାରୀ ଝାରଖମଣ ଗ୍ରାମରେ ଚଢ଼ାଉ କରି 25 କେଜିରୁ ଉର୍ଦ୍ଧ୍ବ ସମ୍ବର ମାଂସ ସମେତ ଜଣେ ବ୍ୟକ୍ତିକୁ ଗିରଫ କରିଥିଲେ ।ଏହା ପୂର୍ବରୁ ମଧ୍ୟ ବଘିଆପଡା ଅଞ୍ଚଳରେ ଏକ ବାଘକୁ ଶୀକାର କରାଯାଇ ଏହାର ଛାଲକୁ ମନମୁଣ୍ଡା ଥାନା ଅଞ୍ଚଳରେ ବିକ୍ରି ପାଇଁ ମସୁଧା ସମୟରେ ଏସଟିଏଫ ଧରିବାରେ ସକ୍ଷମ ହୋଇଥିଲା ।ଆଜି ପୁଣିଥରେ ବିଦ୍ୟୁତ କର୍ମଚାରୀଙ୍କ ଅବହେଳା ରୁ ଏକ ଜଙ୍ଗଲୀ ଭାଲୁର ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଭାଲୁ ମୃତ, ବନ୍ୟଜନ୍ତୁଙ୍କ ସୁରକ୍ଷା ନେଇ ଉଠିଲା ପ୍ରଶ୍ନ - death of a bear
ବୌଦ୍ଧ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଭାଲୁ ମୃତ୍ୟୁ । ତଦନ୍ତ କରୁଛି ବନ ବିଭାଗ । କିଏ ବିଛାଇଥିଲା ବିଦ୍ୟୁତ ତାର । ବନ୍ୟଜନ୍ତୁଙ୍କ ସୁରକ୍ଷା ନେଇ ଉଠିଲା ପ୍ରଶ୍ନବାଚୀ । ଅଧିକ ପଢନ୍ତୁ:
ଚୋରା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଭାଲୁ ମୃତ, ବନ୍ୟଜନ୍ତୁଙ୍କ ସୁରକ୍ଷା ନେଇ ଉଠିଲା ପ୍ରଶ୍ନଚୋରା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଭାଲୁ ମୃତ, ବନ୍ୟଜନ୍ତୁଙ୍କ ସୁରକ୍ଷା ନେଇ ଉଠିଲା ପ୍ରଶ୍ନ
ବୌଦ୍ଧ ବନାଞ୍ଚଳର ବୀରରାମଚନ୍ଦ୍ରପୁର ଗ୍ରାମକୁ ଖାଦ୍ୟ ଅନ୍ବେଷଣରେ ଆସିଥିବା ଗୋଟିଏ ଭାଲୁ ଏକ ଚୋରା ବିଦ୍ୟୁତ ତାର ସଂଷ୍ପର୍ଷରେ ଆସି ମୃତ୍ୟୁ ମୁଖର୍ ପଡିଥିବା ଚର୍ଚ୍ଚା ହେଉଛି । ତେବେ ପ୍ରାଣୀ ଚିକିତ୍ସା ବିଭାଗ ଏହି ଭାଲୁର ମୃତ୍ୟୁକୁ ଭିନ୍ନ ମୋଡ ଦେବାକୁ ଚେଷ୍ଟା କରୁଥିବା ମଧ୍ୟ ଆଲୋଚନା ହେଉଛି । ଚୋରା ବିଦ୍ୟୁତ ଲାଇନ ସମ୍ପର୍କରେ ସ୍ଥାନୀୟ ବିଦ୍ୟୁତ କର୍ମଚାରୀ ସ୍ବୀକାର କରିଥିବା ବେଳେ ବନଖଣ୍ଡ ଅଧିକାରୀ ଏହାର ତଦନ୍ତ କରାଯାଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ