ଓଡିଶା

odisha

ETV Bharat / state

ମହାନଦୀରୁ ମାଈ ଘଡିଆଳର ମୃତଦେହ ଉଦ୍ଧାର, ଲାଞ୍ଜରେ ଥିଲା ଟ୍ୟାଗ - ବୌଦ୍ଧରେ ମହାନଦୀରୁ ମୃତ କୁମ୍ଭୀର ଉଦ୍ଧାର

ମହାନଦୀରୁ ଏକ ମୃତ ମାଈ ଘଡ଼ିଆଳ କୁମ୍ଭୀର ଉଦ୍ଧାର। ନଦୀରେ ମାଛ ମାରିବା ପାଇଁ ବ୍ଲାଷ୍ଟିଂ ଯୋଗୁଁ କୁମ୍ଭୀରର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ଅଧିକ ପଢ଼ନ୍ତୁ

dead crocodile rescued from mahanadi in boudh
ମହାନଦୀରୁ ସାଢେ ସାତ ଫୁଟର ମୃତ ମାଈ ଘଡିଆଳ କୁମ୍ଭୀର ଉଦ୍ଧାର

By

Published : Mar 6, 2022, 9:42 AM IST

ବୌଦ୍ଧ: ମହାନଦୀରୁ ଏକ ମୃତ ମାଈ ଘଡ଼ିଆଳ କୁମ୍ଭୀର ଉଦ୍ଧାର। ବୌଦ୍ଧ ଜିଲ୍ଲା ଖୁଣ୍ଟବନ୍ଧ ପଞ୍ଚାୟତ ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମ ନିକଟସ୍ଥ ମହାନଦୀ ଗର୍ଭରୁ ଏକ ମୃତ କୁମ୍ଭୀରକୁ ଉଦ୍ଧାର କରାଯାଇଛି। ନଦୀରେ ମାଛ ମାରିବା ପାଇଁ ବ୍ଲାଷ୍ଟିଂ ଯୋଗୁଁ କୁମ୍ଭୀରର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି ।

ମହାନଦୀରୁ ସାଢେ ସାତ ଫୁଟର ମୃତ ମାଈ ଘଡିଆଳ କୁମ୍ଭୀର ଉଦ୍ଧାର

ବୌଦ୍ଧ ଜିଲ୍ଲା ଜଗନ୍ନାଥପୁର ଗ୍ରାମ ନିକଟରେ ଥିବା ମହାନଦୀରେ ମାଛ ଧରିବା ପାଇଁ ରାତିରେ ବ୍ଲାଷ୍ଟିଂ କରାଯାଇଥିଲା। ତେବେ ଏହି ବାଷ୍ଟିଂ ଯୋଗୁଁ ଏକ ମାଈ ଘଡ଼ିଆଳ କୁମ୍ଭୀରର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ଏନେଇ ବନ ବିଭାଗ ଖବର ପାଇବା ପରେ ମୃତ କୁମ୍ଭୀରକୁ ଉଦ୍ଧାର କରିଥିଲା। ମହାନଦୀରେ ଥିବା ଏହି ସାଢେ଼ ସାତ ଫୁଟ ଲମ୍ବ ବିଶିଷ୍ଟ ଘଡ଼ିଆଳ ସମ୍ପର୍କରେ ପ୍ରାଣୀ ବିଭାଗ ନିକଟରେ ସୂଚନା ନଥିଲା ।

ଅନ୍ୟପଟେ ମୃତ କୁମ୍ଭୀର ଲାଞ୍ଜରେ ଟ୍ୟାଗ ରହିଥିବା ମଧ୍ୟ ଦେଖିବାକୁ ମିଳିଥିଲା। କୁମ୍ଭୀର ବଂଶ ବୃଦ୍ଧି ପାଇଁ ବନ୍ୟପ୍ରାଣୀ ବିଭାଗ ଓ ଜଙ୍ଗଲ ବିଭାଗ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି । କିନ୍ତୁ ବର୍ତ୍ତମାନ ମାଛ ମାରିବା ନାଁରେ ଏକ ମାଇ ଘଡ଼ିଆଳ କୁମ୍ଭୀରର ମୃତ୍ୟୁ ଘଟଣା ସମସ୍ତଙ୍କୁ ଚିନ୍ତିତ କରିଛି । ଏଥିସହ ଏହାର ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details