ବୌଦ୍ଧ:ଦୁର୍ଘଟଣାସ୍ଥଳରୁ ଶ୍ବଶୁରକୁ ଛାଡି ପଳାଇଲା ବୋହୂ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲାରେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ,କନ୍ଧମାଳ ଦୁଗୁଡା ଗାଁର ପଙ୍କଜ କହଁର ନିଜ ବୋହୂ ଓ ପରିବାରର ଅନ୍ୟ ସଦସ୍ୟଙ୍କୁ ଏକ ଅଟୋ ଯୋଗେ ବୌଦ୍ଧର ବାଘଛାପରାକୁ ଆସୁଥିଲେ । ବୋହୂର ଚିକିତ୍ସା ପାଇଁ ଯାଉଥିବା ସୂଚନା ମିଳିଛି ।
ଦୁର୍ଘଟଣାସ୍ଥଳରୁ ଶ୍ବଶୁରକୁ ଛାଡି ପଳାଇଲା ବୋହୂ, ଘଟଣାକୁ ବୁଦ୍ଧିଜୀବୀଙ୍କ ମହଲରେ ନିନ୍ଦା - ଦୁର୍ଘଟଣାସ୍ଥଳରୁ ଶ୍ବଶୁରକୁ ଛାଡି ପଳାଇଲା ବୋହୂ
ଦୁର୍ଘଟଣାସ୍ଥଳରୁ ଶ୍ବଶୁରକୁ ଛାଡି ପଳାଇଲା ବୋହୂ । ବୌଦ୍ଧରୁ ଆସିଛି ଏଭଳି ଅଭିଯୋଗ । ଅଧିକ ପଢନ୍ତୁ.....
ଦୁର୍ଘଟଣାସ୍ଥଳରୁ ଶ୍ବଶୁରକୁ ଛାଡି ପଳାଇଲା ବୋହୂ, ଘଟଣାକୁ ବୁଦ୍ଧିଜୀବୀଙ୍କ ମହଲରେ ନିନ୍ଦା
ହେଲେ, ପୁରୁଣାକଟକ ଥାନା ନିକଟରେ ଦୃତଗତିରେ ଆସୁଥିବା ଏକ ଟ୍ରକ ଅଟୋକୁ ଧକ୍କା ଦେଇଥିଲା । ଫଳରେ ଶ୍ବଶୁରଙ୍କ ମୃତ୍ୟୁ ହୋଇଥିବା ବେଳେ ପରିବାରର ଅନ୍ୟ ସମସ୍ତେ ଘଟଣାସ୍ଥଳରୁ ପଳାଇ ଯାଇଥିଲେ । ସେପଟେ ମୃତକଙ୍କ ପୁଅ ଜାତୀୟ ରାଜପଥ ଉପରେ ପୋଲିସ ଓ ଜଙ୍ଗଲ ବିଭାଗ କାଠ ଗଣ୍ଡି ରଖି ରାସ୍ତା ଅବରୋଧ ଯୋଗୁଁ ଏଭଳି ଦୁର୍ଘଟଣା ଘଟିଥିବା ଅଭିଯୋଗ କରିଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ