ବୌଦ୍ଧ:କୋରୋନା ଭୟରେ ମୃତଦେହକୁ ଛୁଇଁଲେନି ସମ୍ପର୍କୀୟ, ଶେଷରେ ନିଜ ବାପାଙ୍କ ମୃତଦେହକୁ ସତ୍କାର କଲେ ଝିଅ । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ତେଲିବନ୍ଧ ପଞ୍ଚାୟତ ସଦର ମହକୁମାରେ । ଗ୍ରାମରେ ଜଣେ ବୃଦ୍ଧାଙ୍କ ଆକସ୍ମିକ ଭାବେ ମୃତ୍ୟୁ ହୋଇଥିଲା । ତେବେ ମୃତକଙ୍କ ପରିବାରରେ କେବଳ ବିଧବା ପତ୍ନୀଙ୍କ ବ୍ୟତୀତ ତାଙ୍କ ଦୁଇ ଝିଅ ମଧ୍ୟରୁ ଜଣେ ଘରେ ଥିଲେ ।
ଆସିପାରିଲେନି ସମ୍ପର୍କୀୟ, ପିତାଙ୍କ ମୃତଦେହ ସତ୍କାର କଲେ ଝିଅ
କୋରୋନା କଟକଣା ତଥା ସଂକ୍ରମଣ ଭୟରେ ମୃତ ଶରୀର ପାଖକୁ ପହଞ୍ଚି ପାରିଲେନି ନିକଟ ସମ୍ପର୍କୀୟ । ଫଳରେ ପଞ୍ଚାୟତ ଓ ସ୍ବେଚ୍ଛାସେବୀଙ୍କ ସହାୟତାରେ ପିତାଙ୍କ ମୃତଦେହ ସତ୍କାର କଲେ ଝିଅ । ଅଧିକ ପଢନ୍ତୁ...
ପିତାଙ୍କ ମୃତ ଦେହ ସତ୍କାର କଲେ ଝିଅ
ସେପଟେ କରୋନା କଟକଣା ତଥା ସଂକ୍ରମଣ ଭୟରେ କୌଣସି ପାଖ ପଡିଶା କିମ୍ବା ନିକଟ ସମ୍ପର୍କୀୟ ଆସିନଥିଲେ । ଏହି ଖବର ପଞ୍ଚାୟତ ପକ୍ଷରୁ ବୁଟୁପାଲି ଗଙ୍ଗାଧର ମେହେର ସ୍ବେଚ୍ଛାସେବୀ ଅନୁଷ୍ଠାନର ସଦସ୍ୟ ମାନେ ପାଇବା ପରେ ତୁରନ୍ତ ତେଲିବନ୍ଧରେ ପହଞ୍ଚି ସହାୟତା କରିଥିଲେ । ପଞ୍ଚାୟତ ଓ ସ୍ବେଚ୍ଛାସେବୀଙ୍କ ସହାୟତାରେ ମୃତକଙ୍କ ଝିଅ ମୁଖାଗ୍ନି ଦେବା ସହିତ ମୃତଦେହ ସତ୍କାର କରିଥିଲେ ।ଏଭଳି ଘଟଣା ବୌଦ୍ଧ ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ